ନୂଆଦିଲ୍ଲୀ: ବିଶ୍ୱ ପରିବେଶ ଦିବସ ପାଳନର କିଛି ଘଣ୍ଟା ପୂର୍ବରୁ କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ସାମଗ୍ରୀ ପୂରାଇ ହତ୍ୟା କରିବା ଘଟଣାରେ ବିଶ୍ୱ ବ୍ୟାପୀ ନିନ୍ଦା କରାଯିବା ସହ ପିଟିସନ ପ୍ଲାଟଫର୍ମ ଆରମ୍ଭ ହୋଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୨୭ଟି ଅଭିଯୋଗ ଦାୟର ହୋଇଥିବା ବେଳେ ଅନଲାଇନ ପିଟିସନରେ ସାଇନ ହୋଇଛି । ଏହି ବର୍ବରୋଚିତ କାର୍ଯ୍ୟ ପାଇଁ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଓମାନର ଜଣେ ନାଗରିକ କମଲ ଗନତ୍ର ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି କି, ବର୍ତ୍ତମନା ସବୁଠାରୁ ବଡ ପ୍ରଶ୍ନ, ଏପରି ନିରୀହ ପ୍ରାଣୀଙ୍କ ମୃତ୍ୟୁକୁ ନେଇ ଯେତେ ଖବର ଆମେ ପାଉଛୁ ତାଠାରୁ ଯଥେଷ୍ଟ କମ କାର୍ଯ୍ୟାନୁଷ୍ଠାନକୁ ନେଇ । ଏପରି କାହିଁକି? ବନ୍ୟ ପ୍ରାଣୀ ସମ୍ବନ୍ଧିତ ଅପରାଧରେ ଭାରତୀୟ ଆଇନ ଦୋଷୀକୁ ଲମ୍ବା ଜେଲ ଦଣ୍ଡ ଦେଉନାହିଁ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ଦରକାର, ଯେପରି ଭବିଷ୍ୟତରେ କେହି ଏପରି କରିବା ପୂର୍ବରୁ ଚିନ୍ତା କରିବ । ପିଟିସନକୁ ଗୋଟିଏ ଦିନରେ ୫.୬ ଲକ୍ଷ ଲୋକଙ୍କ ସମର୍ଥନ ମିଳିଛି । ଥାଣେ ନିବାସୀ ନିଖିଲ ସୂର୍ଯ୍ୟବଂଶୀ, ଅନ୍ୟଜଣେ ପିଟିସନ ଆବେଦକ ଏହି ଅପରାଧ ବିରୋଧରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି । ବାଙ୍ଗାଲୁରୁର ଅପରାଜିତା କହିଛନ୍ତି, ଏହି ପଢିବା ପରେ ମୁଁ ଗଭୀର ଭାବେ ବ୍ୟଥିତ ହୋଇଥିଲି ଓ କ୍ରୋଧାନ୍ୱିତ ହୋଇଥିଲି । ଏହି ଘଟଣାରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଏସମ୍ପର୍କରେ ମୋର ଓକିଲ ଥିବା ଭଉଣୀକୁ କହିବାରୁ ସେ ଏକ ପିଟିସନ ସାଇନ ପ୍ରକ୍ରିୟା ପାଇଁ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ମେ ୨୭ ତାରିଖରେ ଏକ ଗର୍ଭବତୀ ହାତୀ ଖାଦ୍ୟ ଖୋଜିବା ପାଇଁ ନିକଟବର୍ତ୍ତୀ ଗାଁ କୁ ଚାଲିଯାଇଥିଲା । । ଏହାପରେ ସ୍ଥାନୀୟ ଲୋକ ହାତୀକୁ ସପୁରୀ ମଧ୍ୟରେ ବିସ୍ଫୋରକୁ ପୁରାଇ ଖାଇବାକୁ ଦେଇଥିଲେ । ଏହାପରେ ହାତୀର ପେଟ ଭିତରେ ବିସ୍ଫୋରକ ଫାଟିଯିବାରୁ ହାତୀଟି ଯନ୍ତ୍ରଣାରେ ବିକଳ ହୋଇ ବେଲିୟାର ନଦୀରେ ୩ ଦିନ ଛିଡା ହୋଇ ରହିଥିଲା ଓ ତାକୁ କୌଣସି ଚିକିତ୍ସା ସହାୟତା ଯୋଗାଇବା ସମ୍ଭବ ହୋଇ ପାରିନଥିଲା । ଶେଷରେ ହାତୀର ମୃତ୍ୟୁ ହୋଇଥିଲା । ପୋଷ୍ଟମଟମରୁ ତାର ପେଟରେ ଛୁଆ ଥିବା ଜଣାପଡିଥିଲା, ଯାହାର ମଧ୍ୟ ମୃତ୍ୟୁ ହୋଇଥିଲା ।
previous post