ଓଡିଶା

ଆସନ୍ତା ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣପୁର / ଓମ ପ୍ରକାଶ  ମିଶ୍ର  : ପୂରଣ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସ୍ୱପ୍ନ । ନୂତନ ଭାବେ ନିର୍ମାଣ ହୋଇଥୁବା ଜିଲ୍ଲା ଡାକ୍ତରଖାନା ନୂତନ କୋଠା ଆସନ୍ତା ୨୬ ତାରିଖରେ  ଉଦ୍‌ଘାଟିତ ହେବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଏହା  ଆଭାସୀ ମାଧ୍ୟମରେ ଏହା ଲୋକାର୍ପିତହେବାର କାର୍ଯ୍ୟକ୍ରମ ରହିଛି ।  ଏଥିପାଇଁ ବାକି ରହି ଯାଇଥିବା ଛୋଟମୋଟ କାମକୁ ଦିନ ରାତି ଲାଗି ସଂପୂର୍ଣ କରାଯାଉଛି । ଏହି ମନୋରମ କୋଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ | ବର୍ତ୍ତମାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୦ ଶଯ୍ୟାରହିଥିବା ବେଳେ ନବ ନିର୍ମିତ ଜିଲ୍ଲା ଡାକ୍ତରଖାନାରେ ୩୦୦ ଶଯ୍ୟା ବ୍ୟବସ୍ଥା କରାଯାଇଛି I ନୂତନ ଜିଲ୍ଲା ଡାକ୍ତରଖାନାରେ ସିଟି ସ୍କାନ, ନୂଆ ଏମର୍ଜେନ୍ସି ୟୁନିଟ, ଡାଏଲିସିସ, ଡିଆଇସି, ଏନଆରସି, ସେଣ୍ଟ୍ରାଲ ଲାବ, ସେଣ୍ଟ୍ରାଲ ଡାଇଗୋଷ୍ଟିକ୍ ୟୁନିଟ, ସ୍ବତନ୍ତ୍ର ସଂକ୍ରମଣ ୟୁନିଟ୍ ଆଦି ରହିଛି I ଡାକ୍ତରଖାନା ପରିସରରେ ଆହାର କେ କେନ୍ଦ୍ର ରହିବ । ଏହା ସହିତ ଏକ ମିଶନ ଶକ୍ତି କାଫେ ମଧ୍ଯ ଖୋଲିବ । ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ମଧ୍ଯ ନିର୍ମାଣ ହୋଇଛି।

Related posts

ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ

mahabharatanews

ଆଜିଠୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ

mahabharatanews

ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟ ସିଲ କରିବାକୁ ପହଞ୍ଚିଲା ବିଏମସି

mahabharatanews