ଓଡିଶା

କଣିହାଁ ସାଇ ନର୍ସଂହୋମରେ ଡିଜିଟାଲ ଏକସ୍ରେ ମେସିନ

(ଜ୍ୟୋତିରଂଜନ ଧର/କଣିହାଁ): କଣିହାଁ ଶ୍ରୀକ୍ଷେତ୍ର ବଜାର ତଥା ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, କଣିହାଁ ସମ୍କୁଖ ୫୩ନମ୍ବର ଜାତୀୟ ରାଜପଥ କଡରେ ଥିବା ସାଇ ନର୍ସିଂହୋମରେ ଡିଜିଟାଲ୍ ଏକ୍ସରେ ମେସିନର ଉଦଘାଟନ ହୋଇଯାଇଛି । ଏଥିରେ ଏନଟିପିସି ଶଲ୍ୟ ଓ ଅସ୍ଥି ବିଭାଗର ବରିଷ୍ଠ ଡାକ୍ତର ପି.କେ ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କଣିହାଁ ବ୍ଲକର ୨୭ ପଂଚାୟତର ଲୋକଙ୍କୁ ଏଣିକି ଡିଜିଟାଲ ଏକ୍ସ୍ରେ ପାଇଁ ଆଉ ତାଳଚେର, ଅନୁଗୋଳ ଅଂଚଳକୁ ଯିବାକୁ ପଡିବ ନାହିଁ ବୋଲି ଉଦ୍ଘାଟନୀ ଉତ୍ସବରେ ଡାକ୍ତର ବାନାର୍ଜି କହିଥିଲେ । କଣିହାଁ ଭଳି ଶିଳ୍ପ ସମୃଦ୍ଧ ଅଂଚଳରେ ଏହି ଡିଜିଟାଲ୍ ମେସିନ୍ର ଆବଶ୍ୟକତା ଥିଲା ବୋଲି ସମ୍ମାନିତ ଅତିଥି ରୂପେ ଏନଟିପିସି ମେଡିକାଲ୍ର ବରିଷ୍ଠ ପାଥଲୋଜିଷ୍ଟ ଲୋଚନ କୁମାର ସାହୁ ମତବ୍ୟକ୍ତ କରିଥିଲେ । ଅଂଚଳବାସୀଙ୍କ ଅଶ୍ଥି ଓ ଶଲ୍ୟ ରୋଗ ଚିକିତ୍ସାକୁ ଉପଲବ୍ଧି କରି ସାଇ ନର୍ସଂହୋମ ପକ୍ଷରୁ ଡିଜିଟାଲ ଏକ୍ସ୍ରେ ମେସିନ ଲଗାଯାଇଛି । ରୋଗୀଙ୍କ ଆର୍ଥିକସ୍ଥିତି କୁ ବିଚାର କରାଯାଇ ସୁଲଭମୁଲ୍ୟରେ ରୋଗୀଙ୍କୁ ଏହି ସେବା ଯୋଗାଇଦିଆଯିବ ବୋଲି ସାଇ ନର୍ସଂହୋମର ସତ୍ୱାଧିକାରୀ ତଥା ଯୁବ ସଂଗଠକ ରଂଜନ କୁମାର ସାହୁ ଏହି ଅବସରରେ କହିଥିଲେ ।

Related posts

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

mahabharatanews

ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରା

mahabharatanews