ଭାରତ

ଗୁଜରାଟରେ ପ୍ରଥମ ‘ଏକ୍ସଇ କରୋନା ଭାଇରସ୍‌’ ଆକ୍ରନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଗୁଜରାଟରେ ‘ଓମିକ୍ରନ୍‌’ର ଉପ-ପ୍ରଜାତି ‘ଏକ୍ସ୍‌ଇ କରୋନା ଭାଇରସ୍‌’ର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତ ମାର୍ଚ ୧୩ ତାରିଖରେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ସେହି ରୋଗୀ ଜଣକ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଆକ୍ରାନ୍ତ କରିଥିବା ଭୂତାଣୁର ‘ଜିନୋମ୍‌-ସିକ୍ବେନ୍‌ସିଙ୍ଗ୍‌’ କରାଯିବା ପରେ ଜଣାପଡ଼ିଥିଲା ଯେ, ସେ ‘ଏକ୍ସଇ କରୋନା ଭାଇରସ୍‌ ଭାରିଏଣ୍ଟ୍‌’ଦ୍ବାରା ସଂକ୍ରମିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ନୂତନ ଭାରିଏଣ୍ଟ୍‌ ‘ଏକ୍ସ୍‌ଇ’ ହେଉଛି ଓମିକ୍ରନ୍‌- ‘ବିଏ.୧’ ଏବଂ ‘ବିଏ.୨’ ସମିଶ୍ରଣରେ ସୃଷ୍ଟ ସଙ୍କର କିସମ ଓମିକ୍ରନ୍‌ ଭୂତାଣୁ। ଚଳିତ ସପ୍ତାହରେ ମୁମ୍ବାଇ ପୌର ଅଧିକାରୀମାନେ ଫେବୃଆରୀ ମାସରେ ସଂଗ୍ରହ କରାଯାଇ ପୃଥକ୍‌ ରଖାଯାଇଥିବା ଏକ ନମୁନାରେ ‘ଏକ୍ସ୍‌ଇ ଭେରିଏଣ୍ଟ୍‌’ ଚିହ୍ନଟ ହୋଇଥିବା କଥା ରିପୋର୍ଟ କରିଥିଲେ। କିନ୍ତୁ, ଏହାର ସତ୍ୟାସତ୍ୟ ସମ୍ପର୍କରେ ‘ଇଣ୍ଡିଆନ୍‌ ସାର୍ସକୋଭ୍‌ ୨ ଜିନୋମ୍‌ କନ୍‌ଷ୍ଟୋରିୟମ୍‌’ (ଇନ୍‌ସାକଗ୍‌) ଏ ପର୍ଯ୍ୟନ୍ତ ସୁନିଶ୍ଚିତ କରିନାହିଁ।

Related posts

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

mahabharatanews

ବିସ୍ପୋରଣରେ ୨‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ

mahabharatanews

ଦେଶରୁ ୨୪ ଘଣ୍ଟାରେ ୮୦୧ ସଂକ୍ରମିତ ଚିହ୍ନଟ

mahabharatanews