Uncategorized

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

ନୂଆଦିଲ୍ଲୀ : ଦେଶରେ ଆଜି ସଂକ୍ରମଣ ୧୦ହଜାର ଛୁଇଁଛି, ଯାହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏହାକୁ ନେଇ ଦେଶବାସୀ ଚିନ୍ତିତ ଥିବା ବେଳେ କିନ୍ତୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମହାନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଭାର୍ଗବ କହିଛନ୍ତି ଯେ ଦେଶରେ ଲକ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ ପ୍ରଭାବ ନେଇ ୮୦ ଜିଲାରେ ସର୍ଭେ ହୋଇଥିଲା। ଲକ୍‌ଡାଉନ୍‌ ଓ କମେଣ୍ଟେନ୍‌ମେଣ୍ଟ ପାଇଁ କରୋନା ଆକ୍ରାନ୍ତ ସଂଖ୍ୟା କମ୍ ଥିବା ଜଣାପଡ଼ିଥିଲା। ତେବେ ଭାରତର ଏକ ବଡ଼ ଅଂଶ ଲୋକ ସମ୍ବେଦନଶୀଳ ବର୍ଗରେ ରହିଛନ୍ତି। ସେମାନଙ୍କୁ ଯେକୌଣସି ସମୟରେ କରୋନା ସଂକ୍ରମଣ ହୋଇପାରେ। ସାମନ୍ୟ ଅସାବଧାନତା ଗୋଷ୍ଠୀ ସଂକ୍ରମଣ ସୃଷ୍ଟିକରିବ ବୋଲି ସେ କହିଛନ୍ତି ।

Related posts

କନିଆ ଛାଡି ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ ୨୪ ଆହତ

mahabharatanews

ଟିକଟକ ସମେତ ୫୯ଟି ଚାଇନା ଆପ ବ୍ୟାନ କଲେ ଭାରତ ସରକାର

mahabharatanews

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

mahabharatanews