ଭାରତ

ଟ୍ରେଡମିଲରେ କରେଣ୍ଟ ଲାଗି ଯୁବକ ମୃତ

ଦିଲ୍ଲୀ: ଜିମ ଯାଆନ୍ତି ଲୋକ ୱାର୍କଆଉଟ କରିବାକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯାଆନ୍ତି । ଜିମରେ ୱାର୍କଆଉଟ କରିବା ସମୟରେ ଟ୍ରେଡମିଲରେ କରେଣ୍ଟ ଆସିବା ଯୋଗୁଁ ଯୁବକଙ୍କୁ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛ ଦିଲ୍ଲୀରେ ଯୁବକ ସକ୍ଷମଙ୍କ ସହ ।

ସୂଚନା ମୁତାବକ,ରୋହିଣୀ ସେକ୍ଟର-୧୯ରେ ରହୁଥିବା ସକ୍ଷମ ପ୍ରତିଦିନ ଜିମକୁ ଯାଆନ୍ତି ।ପ୍ରତିଦିନ ପରି ସକ୍ଷମ ଜିମରେ ଟ୍ରେଡମିଲରେ ଦୌଡୁଥିବା ବେଳେ କରେଣ୍ଟ ଝଟକା ଲାଗିଥିଲା । ତାଙ୍କୁ ହସ୍ପିଟାଲ ନେଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋସଣା କରିଛନ୍ତି । ସକ୍ଷମ ବିଟେକ କରି ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ । ଏହି ଘଟଣା ଗତକାଲି ସକାଳ ୭.୩୦ରେ ଘଟିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିଥିଲା । ତା’ ପରେ ପୋଲିସ ଜିମ୍ ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ କରିଛି ।

ତେବେ ଜିମରେ ଥିବା ଅନ୍ୟଜଣେ ଯୁବକ କେଶବ ପୋଲିସକୁ ବଆନ ଦେଇ କହିଛନ୍ତି, ଜିମରେ ସକ୍ଷମ ଅଭିଯୋଗ କରିବା ପରେ ସକ୍ଷମ ଟ୍ରେଡମିଲରେ ବସିଥିଲା । ଠିକ୍ ଏତିକି ବେଳେ କରେଣ୍ଟ ଲାଗିବା ଯୋଗୁଁ ତେଳ ତଳେ ପଡିଯାଇଥିଲା । ଏହା ପରେ କେଶବ ସକ୍ଷମଙ୍କୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ସେ ତୁରନ୍ତ ଟ୍ରେଡମିଲର ସୁଇଚ୍ ଅଫ କରିବା ପରେ ସକ୍ଷମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ତିହାର ଜେଲରେ ପ୍ରତିଦିନ ଆଳୁ,ପୁରୀ, ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ

mahabharatanews

ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

mahabharatanews

CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ

mahabharatanews