ବାର୍ଥଡେ ପାର୍ଟିରୁ ନିଖୋଜ ହୋଇ ମେଡିକାଲରୁ ଉଦ୍ଧାର ହେଲେ ଯୁବକ । ନିଖୋଜ ହେବାର ୧୨ଦିନ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରୁ ମିଳିଲେ ସତ୍ୟଜିତ ଦାସ । ଭରତପୁର ଥାନା ଅଞ୍ଚଳର ସତ୍ୟଜିତ୍ ୧୨ ଦିନ ପୂର୍ବରୁ ଏକ କାଫେରେ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ନିଖୋଜ ହୋଇଯାଇଥିଲେ। ଗତ ୪ ତାରିଖରୁ ସତ୍ୟଜିତ୍ ନିଖୋଜ ଥିଲେ। ଆଜି କଟକ ବଡ ମେଡିକାଲରୁ ଅଚେତ୍ ଅବସ୍ଥାରେ ତାଙ୍କୁ ଉଦ୍ଧାର ହୋଇଛନ୍ତି । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଥିବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ସେ ପରିବାର ଲୋକଙ୍କ ମୋବାଇଲ ନମ୍ବର ସହ ଯୋଗାଯୋଗ କରିଥିଲେ । ଖବରପାଇ ପରିବାର ଲୋକ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ପ୍ରଥମେ କ୍ୟାପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ କାଫେରୁ କେମିତି କ୍ୟାପିଟାଲ ହସପିଟାଲରେ ପହଞ୍ଚିଲେ ସେନେଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।
previous post
