ଅପରାଧଓଡିଶା

ବାର୍ଥଡେ ପାର୍ଟିରୁ ନିଖୋଜ ହୋଇ ମେଡିକାଲରୁ ଉଦ୍ଧାର ହେଲେ ଯୁବକ

ବାର୍ଥଡେ ପାର୍ଟିରୁ ନିଖୋଜ ହୋଇ ମେଡିକାଲରୁ ଉଦ୍ଧାର ହେଲେ ଯୁବକ  । ନିଖୋଜ ହେବାର ୧୨ଦିନ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରୁ ମିଳିଲେ ସତ୍ୟଜିତ ଦାସ । ଭରତପୁର ଥାନା ଅଞ୍ଚଳର ସତ୍ୟଜିତ୍ ୧୨ ଦିନ ପୂର୍ବରୁ ଏକ କାଫେରେ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ନିଖୋଜ ହୋଇଯାଇଥିଲେ। ଗତ ୪ ତାରିଖରୁ ସତ୍ୟଜିତ୍ ନିଖୋଜ ଥିଲେ। ଆଜି କଟକ ବଡ ମେଡିକାଲରୁ ଅଚେତ୍ ଅବସ୍ଥାରେ ତାଙ୍କୁ ଉଦ୍ଧାର ହୋଇଛନ୍ତି । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଥିବାରୁ  ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ସେ ପରିବାର ଲୋକଙ୍କ ମୋବାଇଲ ନମ୍ବର ସହ ଯୋଗାଯୋଗ କରିଥିଲେ । ଖବରପାଇ ପରିବାର ଲୋକ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ପ୍ରଥମେ କ୍ୟାପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ କାଫେରୁ କେମିତି କ୍ୟାପିଟାଲ ହସପିଟାଲରେ ପହଞ୍ଚିଲେ ସେନେଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

Related posts

ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣଙ୍କ ବିୟୋଗ

mahabharatanews

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

mahabharatanews

ଲୁଟେରାଙ୍କୁ ଧରିବାବେଳେ ଚଡିଗଲା ଟ୍ରଲର, ୩ ମୃତ

mahabharatanews