ଓଡିଶା

ତାଳଧ୍ୱଜ ରଥର ୧୩ଟି ଚକ ସମ୍ପୂର୍ଣ୍ଣ

(ଜୟନ୍ତ କୁମାର ସେଠୀ, ଗୋପ): ରଥ ଖଳାରେ ତିନି ରଥର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ତାଳଧ୍ୱଜ ରଥର ୧୩ଟି ଚକ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଦେବଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ଓ ନନ୍ଦିଘୋଷ ରଥର ୧୬ଟି ଚକରୁ ୧୫ଟି ଚକ ଶେଷ ହୋଇଛି । ତିନି ରଥର ଦଣ୍ଡା ତିଆରି କାର୍ୟ୍ୟ ଆରଂଭ ହୋଇଛି । ସେହିପରି ରୂପକାର ସେବକମାନେ ଗୁଜରେ ସିଂହ ବରାଳ ରୂପ ଖୋଦେଇ କାର୍ୟ୍ୟ ୭୫ ଭାଗ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟପଟେ ଦୋଳ ବେଦୀ କମାର ଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି। ତେବେ ସ୍ନାନଯାତ୍ରା ପାଖେଇ ଆସୁଥିବାରୁ ପରମ୍ପରା ଅନୁଯାୟୀ ଉକ୍ତ ଦିନ ତିନି ରଥର ଚାରି ନାହାକ କାର୍ୟ୍ୟକୁ ଶୀଘ୍ର ଆଗେଇ ନେଉଛନ୍ତି ବିଶ୍ୱକର୍ମାମାନେ।

Related posts

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ

mahabharatanews

କରଞ୍ଜିଆ: ଟ୍ରେଜେରୀ ଅଫିସରେ ଭୟାବହ ଅଗ୍ନିକାଣ୍ଡ

mahabharatanews