ଭାରତ

କୁନି ହାତୀକୁ ଛୁଆକୁ Z++ ସୁରକ୍ଷା,ଭିଡିଓ ହେଲା ଭାଇରାଲ

ବ୍ୟୁରୋ: ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁମାନେ ବି ବହୁତ ଚାଲାଖ ହୋଇଗଲେଣି । ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ,ଯାହାକୁ ଦେଖିଲେ ହୁଏତ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଅଟେ ମାତ୍ରାରେ ଭାଇରାଲ ହୋଇଛି , ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ, ଯେ ପ୍ରକୃତରେ ପଶୁମାନେ ବି କେତେ ଚାଲାକ ।

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଠି ଏକ କୁନି ହାତୀକୁ ଦିଆଯାଇଛି Z++ ସୁରକ୍ଷା। ହାତୀମାନଙ୍କ ସୁରକ୍ଷା ବଳୟରେ ଭିତରେ ଚାଲୁଛି ଛୁଆ ହାତୀ । ବଡ଼ ହାତୀଙ୍କ ସହ ତାଳ ଦେବାକୁ କୁନି କୁନି ପାଦରେ ଦୌଡୁଛି ହାତୀ ଛୁଆଟି । ଏପରି ଏକ ସୁନ୍ଦର ଭିଡ଼ିଓ ସେୟାର କରିଛନ୍ତି IFS ଅଫିସର ସୁଶାନ୍ତ ନନ୍ଦା। ସତ୍ୟମଙ୍ଗଲମ କୋଏମ୍ବାଟୁରର ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।

Related posts

ମୋହିତ ପାଣ୍ଡେ ଅଯୋଧ୍ୟ ରାମ ମନ୍ଦିର ପୂଜାରୀ

mahabharatanews

ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍ ଦାଖଲ

mahabharatanews

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews