bharatଦେଶ ବିଦେଶଭାରତ

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

ବିଶ୍ୱ ଦେଖିବ ଭାରତର ପରାକ୍ରମ ପଣ ଅପରେସନ ସିନ୍ଦୂର ପରେ ଏବେ ଅପରେସନ ସିନ୍ଦୂର ୨.୦ । । ଥରହର ହେବ ଶତ୍ରୁ । ଆକାଶରୁ ହେବ ନିଆଁ ବର୍ଷା । ଛାରଖାର ହେବ ଶତ୍ରୁ ସୈନ୍ୟ । ମାଟିରେ ମିଶିଯିବ ଖାସ୍ କରି ପାକିସ୍ତାନ । କାରଣ ଏଥର ଆଉ ତ୍ରାହି ନାହିଁ । ପୁଣି ଥରେ ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛି ଭାରତୀୟ ସେନା । ୨ କୋରସର ଏଙଉ ଓ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଜେଶ ପୁଷ୍କର କହିଛନ୍ତି ଯେ ଏଥର, “ଆମେ ଏପରି ଏକ ଆଘାତ ଦେବୁ…ଉଠିବା ହୋଇଯିବ ମୁସ୍କିଲ୍ । କାରଣ ଆରମ୍ଭ ହୋଇଗଲାଣି ଅପରେସନ ସିନ୍ଦୂର ୨.୦ । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ୨ ଏବେ ଆରମ୍ଭ ହୋଇଛି । ଗତ ଥର (ମେ ୨୦୨୫), ପାକିସ୍ତାନକୁ କେବଳ ଏକ ଛୋଟିଆ ନମୁନା ଦେଖାଯାଇଥିଲା ଯାହା ଥିଲା ଅପରେସନ ସିନ୍ଦୂର । ମାତ୍ର ଚାରି ଦିନ ମଧ୍ୟରେ, ଆଣ୍ଠୁମାଡ଼ି ବସିବାକୁ ପାକିସ୍ତାନକୁ ବାଧ୍ୟ କରାଯାଇଥିଲା । ଊଏଗଙଙ୍କ ସହିତ ଯୋଗାଯୋଗ କରି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଥିଲା।

ଆଉ ଏବେ ପୁଣି ଥରେ ଆରମ୍ଭ ହୋଇଛି ଅପରେସନ ସିନ୍ଦୂର ୨.୦ । ଲେଫ୍ଟନାଣ୍ଟ ଜେନେରାଲ ପୁଷ୍କର କହିଛନ୍ତି ଯେ ଏଥର ପ୍ରସ୍ତୁତିର ସ୍ତର ବହୁତ ଅଧିକ । କ୍ଷତିର ପରିମାଣ ଶତ୍ରୁର ଆଚରଣ ଉପରେ ନିର୍ଭର କରିବ। ଆମେ ସମସ୍ତ ତିନୋଟି ମୋର୍ଚ୍ଚା – ବାୟୁ, ସ୍ଥଳ ଓ ସମୁଦ୍ରରେ ଯେକୌଣସି ସମୟରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ଭାରତ ପାକିସ୍ତାନ ଉପରେ ପୂର୍ଣ୍ଣମାତ୍ରାରେ ଆକ୍ରମଣ କରେ ତେବେ କ’ଣ ହେବ ବିଶେଷଜ୍ଞ ଏବଂ ପୂର୍ବ କାର୍ଯ୍ୟ ଉପରେ ଆଧାରିତ ସମ୍ଭାବ୍ୟ ପରିଣାମ…ପାକିସ୍ତାନର ସାମରିକ ବାହିନୀ ପାଇଁ ବିପୁଳ କ୍ଷତି । ବାୟୁସେନା ଘାଟି, ରାଡାର ଏବଂ ବାୟୁସେନା ଘାଟି ନଷ୍ଟ ହୋଇପାରେ। ଟ୍ୟାଙ୍କ, ତୋପ ଏବଂ କ୍ଷେପଣାସ୍ତ୍ର ଲଞ୍ଚର ନଷ୍ଟ ହୋଇଯିବ।ନୌସେନା ବନ୍ଦର ଏବଂ ଜାହାଜ ଉପରେ ଆକ୍ରମଣ ହୋଇପାରେ।

Related posts

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା : ସଂସଦରେ କେନ୍ଦ୍ର ସରକାରଙ୍କ ଜବାବ

mahabharatanews

୨୦୨୪ ନିର୍ବାଚନ ଲାଗି ବିଜେପିର ମାନସ ମନ୍ଥନ

mahabharatanews