ଓଡିଶା

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ

(ମହାଭାରତ, ଦିଗପହଣ୍ଡି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ତିଳେଶ୍ୱର ରାମମନ୍ଦିର ନିକଟରେ ଏକ ଅଭବାନୀୟ ଘଟଣା ଘଟିଛି । ଏଠାରେ ଏକ ଅଟୋରୁ ଖସି ଜଣେ ୫ ବର୍ଷିୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଅଜୟ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ଅଟୋଟି ଅଜୟଙ୍କ ସମେତ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଣ୍ଡିରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା । ଛାତ୍ର ଜଣକ ଅଟୋର ଗୋଟିଏ ପାଶ୍ୱର୍ରେ ବସିଥିଲେ । ଅସାବଧାନତା କାରଣରୁ ସେ ଚଳନ୍ତା ଅଟୋରୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଦୂର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ କର୍ତ୍ତୃପକ୍ଷ ଓ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକେ ଦିଗପହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି । ଓଭରଲୋଡିଂ ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related posts

ଆଜିଠୁ ଶୁଭାରମ୍ଭ ହେବ ଲକ୍ଷ୍ମୀ ଯୋଜନା

mahabharatanews

୫ଦିନିଆ ରିମାଣ୍ଡରେ ଗଲା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀ

mahabharatanews

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

mahabharatanews

Leave a Comment