Uncategorized

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

(ହାଇଦ୍ରାବାଦ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାଇଁ ଅଡୁଆ ବଢିଛି । ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ତାଙ୍କର ସମ୍ପର୍କୀୟ ଭଉଣୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ଜଗନ ମୋହନଙ୍କ ଦାଦାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ଜଗନଙ୍କ ହାତ ଥିିବା ତାଙ୍କ ସମ୍ପର୍କିୟ ଭଉଣୀ ସୁନିତା ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଜଗନ ମୋହନ, ସାଂସଦ ୱାଇଏସ ଅଭିନାଶ ରେଡ୍ଡୀ ଓ ତାଙ୍କ ବାପା ଭାସ୍କର ରେଡ୍ଡୀଙ୍କର ହାତ ରହିଛି ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସୁନିତା ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ଜଗନଙ୍କ ଦାଦା ତଥା ପୂର୍ବତନ ସାଂସଦ ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କ ମୃତଦେହ ତାଙ୍କ ଘର କାଡାପ୍ପାରୁ ଉଦ୍ଧାର ହୋଇଥିଲା । ନିର୍ବାଚନର ଠିକ ପୂର୍ବରୁ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ । ବିବେକାନନ୍ଦ ଘରେ ଏକୁଟିଆ ଥିଲେ । ସେ ୱାଇଏସଆର କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡ ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ବିରୋଧୀ ଦଳର ନେତା ଥିଲେ । ସେତେବେଳେ ସେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । କିନ୍ତୁ ଏବେ କ୍ଷମତାରେ ଥିବା ବେଳେ କାହିଁକି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉନାହାନ୍ତି । ହତ୍ୟାକାଣ୍ଡକୁ ରଫାଦଫା କରିବାକୁ ବୋଧେ ଚାହୁଛନ୍ତି ବୋଲି ଦର୍ଶାଇ ସୁନୀତା ପ୍ରଶ୍ନ କରିଛନ୍ତି ।

Related posts

କ’ଣ ଆପଣଙ୍କ ହାତରେ ରହିଛି କି ଏହି ରେଖା? ତେବେ କରିପାରନ୍ତି ପ୍ରେମ ବିବାହ

mahabharatanews

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ନେଇପାରିବେ ଟୀକା

mahabharatanews

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

Leave a Comment