ଅପରାଧ

ଟିପିଏସ କଲେଜ ପ୍ରଫେସରଙ୍କୁ ଗୁଳିମାଡ

ପାଟନା: ଆଜି ଦିବାଲୋକରେ ବିହାରର ଜଣେ ପ୍ରଫେସରଙ୍କୁ ଗୁଳି କରାଯାଇଛି । ବୁଧବାର ଦିନ ବିହାରର ରାଜଧାନୀ ପାଟନା ଅନ୍ତର୍ଗତ କଙ୍କରବାଗ ଥାନା ଅଧୀନ ଠାକୁର ପ୍ରସାଦ ସିଂହ (ଟିପିଏସ) କଲେଜର ଜଣେ ପ୍ରଫେସରଙ୍କୁ ଗୁଳି କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଠାକୁର ପ୍ରସାଦ ସିଂହ କଲେଜର ପ୍ରଫେସର ଶିବନାରାୟଣ ରାମଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ । ଏହା ପରେ ଆହତ ପ୍ରଫେସରଙ୍କୁ ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇ ସଙ୍ଗେ ସଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଁଚିଥିଲା ଓ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Related posts

ରାଜଧାନୀରୁ ୩୦ କେଜି ଗଞ୍ଜେଇ ଜବତ: ୩ ମହିଳା ଗିରଫ

mahabharatanews

୬୦ କୁଇଣ୍ଟାଲ ଗୋମାଂସ ଜବତ ,ଗାଡ଼ି ଡ୍ରାଇଭର ଫେରାର

mahabharatanews

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

mahabharatanews