ଓଡିଶା

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

ମହାଭାରତ, କେନ୍ଦ୍ରାପଡା: ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ସେଥିରେ କେନ୍ଦ୍ର ସରକାର ତାଙ୍କର କର୍ମଚାରୀ ଓ ପେନ୍ସନ୍ ଭୋଗୀମାନଙ୍କୁ ଗତ ଜୁଲାଇ ମାସରୁ ମହଙ୍ଗା ଭତ୍ତା ପ୍ରଦାନ କରିଥିବା ସତ୍ୱେ ଓଡିଶା ସରକାର ପରମ୍ପରା ଭଙ୍ଗ କରି ଜୁଲାଇ ପରିବର୍ତ୍ତେ ଜାନୁଆରୀ ୨୦ରୁ ମହଙ୍ଗା ଭତ୍ତା ପ୍ରଦାନ କରିଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଦୃଢ ନିନ୍ଦା କରାଯାଇଥିଲା । ଦ୍ୱିତୀୟରେ ଚିକିତ୍ସା ଭତ୍ତା ସଂକ୍ରାନ୍ତରେ ବିଭିନ୍ନ ସମୟରେ ଦାବିପତ୍ର ଓ ସ୍ମାରକପତ୍ର ସରକାରଙ୍କ ନିକଟରେ ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟିପାତ କିମ୍ବା କର୍ଣ୍ଣପାତ ନ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ୫ମ ବେତନ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପାଣ୍ଡିଆନ୍ ଚିକିତ୍ସା ଭତ୍ତା ଦେବାକୁ ସୁପାରିଶ କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଓଡିଶା ସରକାର କାର୍ଯ୍ୟକାରୀ କରିନାହାଁନ୍ତି । ୧୯୯୮ ମସିହାରୁ କେନ୍ଦ୍ର ସରକାର ତଥା ଅନ୍ୟ ପଡୋଶି ରାଜ୍ୟ ତାଙ୍କର ପେନ୍ସନ୍ ଭୋଗୀମାନଙ୍କୁ ଏହି ସୁବିଧା ପ୍ରଦାନ କରିଥିଲେ ମଧ୍ୟ ଆମ ରାଜ୍ୟର ପେନ୍ସନ୍ ଭୋଗୀମାନେ ସେଥିରୁ ବଂଚିତ ହୋଇଛନ୍ତି । ଏହା ଆମ୍ଭମାନଙ୍କ ପ୍ରତି ଚରମ କୁଠାରଘାତ । ତେଣୁ ଏହି ଦାବି ଗୁଡିକପ୍ରତି ସରକାର ତ୍ୱରିତ ବିଚାର କରିବା ପାଇଁ ସଂଘ ଦୃଢ ଦାବି କରିଛି ।

Related posts

ଭୁବନେଶ୍ୱରର ସପିଂ ମଲରେ ଦିଆଯିବ ଟିକା

mahabharatanews

ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ , ୩ ଲୁଟେରାଙ୍କୁ ଧରିଲେ ଆଇଆଇସି

mahabharatanews

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ୨ ଗିରଫ

mahabharatanews