ଓଡିଶା

ଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲ

ଭୁବନେଶ୍ୱର: ଓଡିଶାରେ ହେବ ମକଡ୍ରିଲ । ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଓଡିଶାର ୧୨ଟି ସ୍ତାନରେ ମକଡ୍ରିଲ ହେବ ବୋଲି କୁହାଯାଉଛି । ତେବେ ଏହି ଅଭ୍ୟାସ ମେ’ ୭ ତାରିଖରେ ଅନୁଷ୍ଟିତ ହେବ । ତେବେ ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପରେ ମକ୍ଡ୍ରିଲ୍ ହେବା ନେଇ ସୂଚନା ରହିଛି। ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍। ମକ୍ଡ୍ରିଲ୍ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହ ମନ୍ତ୍ରାଳୟ।
ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି। ବାଲେଶ୍ବର ଚାନ୍ଦିପୁରରେ ରହିଛି ଆଇଟିଆର କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ। ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା। ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି। ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି।

Related posts

ସାର, ଔଷଧ, ବିଶୋଧକ ମହଜୁଦ ରହିଛି: ମନ୍ତ୍ରୀ

mahabharatanews

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ

mahabharatanews

ପୁରୀ ବେଳାଭୁମୀରେ ଗଣେଶଙ୍କ ବାଲୁକ ଚିତ୍ର

mahabharatanews