Uncategorized

ଆଇନ ଛାତ୍ରୀ ଯୌନ ଶୋଷଣ ମାମଲା,ଚିନ୍ମୟାନନ୍ଦଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା

ମହାଭାରତ, ଲକ୍ଷେ୍ନø: ଯୌନ ଶୋଷଣ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ମିଳିଥିବା ଜାମିନ ବିରୋଧରେ ପୀଡିତା ଆରଇନ ଛାତ୍ରୀ ଯାଚିକା ଦାୟର କରିଛନ୍ତି । ସ୍ମାମୀ ଚିନ୍ମୟାନନ୍ଦଠାରୁ ତାଙ୍କ ଜୀବନ ପ୍ରତି ବିପଦଥିବା ଦର୍ଶାଇ ଛାତ୍ରୀ ମାମଲା ଦାୟର କରିଛନ୍ତି । ଏହି ମାମଲାର ଶୁଣାଣି ପାଇଁ କୋର୍ଟ ପ୍ରସ୍ତୁତ ଅଛନ୍ତି ଓ ଆସନ୍ତା ୨୪ ତାରିଖରେ ମୁଖ୍ୟବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଖଣ୍ଡପୀଠ ଶୁଣାଣି କରିବେ । ସ୍ୱାମୀ ଚିନ୍ମୟାନନ୍ଦ ଯୌନ ଶୋଷଣ ମାମଲାରେ ଫେବୃଆରୀ ୩ ତାରିଖରେ ଇଲାହାବାଦ ହାଇକୋର୍ଟ ଚିନ୍ମୟାନନ୍ଦଙ୍କୁ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ରାହୁଲ ଚତୁବେର୍ଦୀ ଜମାନ ଉପରେ ରାୟ ଦେଇ ଚିନ୍ମୟାନନ୍ଦଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ । ଏହି ମାମଲାରେ ପୀଡିତ ଛାତ୍ରୀ ଓ ତାର ସାଥୀକୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା । ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲ କରିବା ଓ ତାଙ୍କଠାରୁ ୫ କୋଟି ଟଙ୍କା ଆଦାୟ କରିଥିବା ନେଇ ଛାତ୍ରୀ ଓ ତାଙ୍କ ସାଥୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା ଓ ଏହା ଅନ୍ତର୍ଗତ ଉଭୟଙ୍କୁ ଗିରଫ କରାଯାଇଥିଲା । ଚିନ୍ମୟାନନ୍ଦ ୨୦ ସେପ୍ଟେମ୍ବରରରୁ ଜେଲରେ ଥିଲେ ।
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଉପରେ ଏସଏସ ଲ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ମାମଲାରେ ଜାନୁଆରୀ ୨୩ ତାରିଖରେ ଶୁଣାଣି ହୋଇଥିଲା । ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ଦିପକ ବର୍ମାଙ୍କ ପୀଠ ମାମଲାର ଶୁଣାଣି କରିଥିଲେ ଓ ଜାମିନ ରାୟକୁ ସଂରକ୍ଷିତ ରଖିଥିଲେ । ସୁପ୍ରିମ କୋର୍ଟଙ୍କ ଆଦେଶ ଉପରେ ଏସଆଇଟି ଦୁଷ୍କର୍ମ ଓ ଏକ୍ସଟରସନ ମାମଲାର ଯାଞ୍ଚ କରୁଛି । ଏସଆଇଟି ପୀଡିତା ଛାତ୍ରୀ ଓ ଚିନ୍ମୟାନନ୍ଦ ଉଭୟଙ୍କ ବିରୋଧରେ ରାୟର ମୁକଦମାରେ ଚାର୍ଜସିଟ ଦାଖଲ କରିସାରିଛି । ଏହା ପର୍ବୂରୁ ଗତମାସରେ ଚିନ୍ମୟାନନ୍ଦ ପରୋଲ ପାଇଁ ଇଲାହାବାଦ ହାଇକୋର୍ଟରେ ଅପିଲ କରିଥିଲେ । ଖରାପ ସ୍ୱାସ୍ଥ୍ୟ ପାଇଁ ସେ ପରୋଲରେ ଯିବାକୁ ଅପିଲ କରିଥିଲେ ।

Related posts

ଇସ୍ରାଏଲ-ହମାସ ଯୁଦ୍ଧ: ଅସ୍ତ୍ର ବିରତି ପ୍ରସ୍ତାବ ଖାରଜ

mahabharatanews

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

mahabharatanews

ରହସ୍ୟ ପଥର ହାଣ୍ଡି

mahabharatanews

Leave a Comment