Uncategorized

ଆପରେ ଦଳର ଦୁଇ ନେତା ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ କଂଗ୍ରେସକୁ ସୋମବାର ଦିନ ଏକ ବଡ ଝଟକା ଲାଗିଛି । କଂଗ୍ରେସ ନେତା ମହାବଳ ମିଶ୍ରାଙ୍କ ପୁତ୍ର ବିନୟ ମିଶ୍ରା ଓ ବଦରପୁରର ପୂର୍ବତନ ବିଧାୟକ ର।।ମ ସିଂହ ଆଜି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଏହି ଦୁଇ ନେତା ଆପର ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସୋଏବ ଇକବାଲ ଓ ତାଙ୍କ ପୁଅ ଇକବାଲ ଆପରେ ସାମିଲ ହୋଇଥିଲେ ।ବିନୟ ମିଶ୍ରା ଆପରେ ସାମିଲ ହେବା ପରେ କହିଛନ୍ତି, ଆପ ରାଜନୀତିର ମାନ୍ୟତା ବଦଳାଇ ଦେଇଛି । ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଦଳ ବହୁତ କାମ କରିଛି । ଏହି ଅବସରରେ କେଜରିୱାଲ କହିଛନ୍ତି, ଆପ ଦିଲ୍ଲୀରେ ବିଜେପି ଓ କଂଗ୍ରେସକୁ ଏକ ପ୍ରକାର ଶେଷ କରିଦେଇଛି । ଚଳିତ ଥର ଲୋକ ଆପକୁ ହିଁ ଭୋଟ ଦେବେ ବୋଲି ସେ କହିଛନ୍ତି ।

Related posts

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ଦିଲ୍ଲୀ ହିଂସା:ଘୃଣା ମନ୍ତବ୍ୟର ଶୁଣାଣି ପାଇଁ ଦିଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

mahabharatanews

ପକେଟମାରଙ୍କୁ ଫାଶୀ ଦିଆଯାଏ ନାହିଁ: ଅଧିର ରଞ୍ଜନ

mahabharatanews