Uncategorized

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ ୧୯ ଆକ୍ରାନ୍ତ ସଂଖ୍ୟା ଭୟଙ୍କର ରୂପେ ବୃଦ୍ଧି ପାଇବାରେ ଲାଗିଛି । ଏହି ଭୂତାଣୁ ସଂକ୍ରମଣରେ ରାଜ୍ୟର ଆଉ ୮୭ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହା ପରେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ୧୭୫୮ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ରାଜ୍ୟ ପୁଲିସ ସୂତ୍ରରୁ ପ୍ରକାଶ, ରାଜ୍ୟରେ ୧୮୩ ଜଣ ପୁଲିସ ଅଧିକାରୀ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ୧୫୭୫ ଜଣ ଅନ୍ୟ ର୍ୟାଙ୍କର କର୍ମଚାରୀ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭ ଜଣ ପୁଲିସ କର୍ମଚାରୀ କୋଭିଡରେ ସଂକ୍ରମିତ ହେବା ପରେ ରାଜ୍ୟ ପୁଲିସର ୧୭୫୮ ଜଣ ସଂକ୍ରମିତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୬୭୩ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଆଜି ସୁଦ୍ଧା ମୋଟ ୪୭୧୯୦ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୩,୪୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫୭୭ ଜଣଙ୍କ ମୃତ୍ୟୁ ହୋଇଛି ।

Related posts

ଦେଶରେ ଦିନକରେ ୬୪ ହଜାର ୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews