ହିଞ୍ଜିଳିକାଟୁ: ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ସୁନାମ୍ବ ନୋଳିଆ ସାହିର ନିରଞ୍ଜନ ପାତ୍ରଙ୍କ ପୁଅ ସୁଶାନ୍ତ ପାତ୍ର ରାଜମିସ୍ତ୍ରୀ କାମ ସାରି ଘରକୁ ଫେରୁଥିଲେ । ସଂଧ୍ୟା ୭ଟା ବେଳେ ସୁନାମ୍ବ ତ୍ରିପତି ମନ୍ଦିର ନିକଟରେ ଦୋକାନ କରିଥିବା ବିକ୍ରମ ପାଢୀ ଓରଫ ଚିଟୁଂ ପାଢୀ ମାତାଲ ଅବସ୍ଥାରେ ଏକ ଟ୍ରଲି ଗାଡି ଟେକିବା ପାଇଁ ସୁଶାନ୍ତକୁ ବାଧ୍ୟ କରିଥିଲା । ସୁଶାନ୍ତ ଏହି କାମ କରିବାକୁ ମନା କରିବାରୁ ନିଶାସକ୍ତ ବିକ୍ରମ ପାଢୀ ହଠାତ ଉତକ୍ଷିପ୍ତ ହୋଇ ନିକଟରେ ଥିବା ନିଜ ଦୋକାନରୁ ଏକ ଧାରୁଆ କାତି ଆଣି ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ସୁଶାନ୍ତର ମଝି ମୁଣ୍ଡକୁ ହାଣି ଦେଇଥିଲା । ସୁଶାନ୍ତ ପ୍ରାଣ ବିକଳରେ ଦୈାଡି ପଳାଇଥିଲେ ମଧ୍ୟ ପୁଣି ତାର ବାମ ହାତକୁ ଏକ ଚୋଟ ଦେଇଥିଲା । ସ୍ଥାନୀୟ ଲୋକ ପହଁଚି ଯିବାରୁ ବିକ୍ରମ ପାଢି ଘଟଣାସ୍ଥଳ ଛାଡି ପଳାଇଥିଲା । ସ୍ଥାନୀୟ ଲୋକ ଅ ।ସିକା ମେଡିକାଲ ଠାରେ ସୁଶାନ୍ତି ପାତ୍ରକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସୁଶାନ୍ତ ପାତ୍ର ବାପା ନିରଞ୍ଜନ ପାତ୍ର ଏହି ଘଟଣା ବିରୋଧରେ ଅ ।ସିକା ଥାନାରେ ଏକ ଲିଖିତ ଅଭୀଯୋଗ ଦେଇଥିଲେ । ଅ ।ସିକା ପୁଲିସ କେସ ନମ୍ବର-୪୮୪/୧୯, ଦଫା ୩୪୧,୨୯୪,୩୨୪,୩୦୭,୫୦୬,୩୫ ଅ ।ଇପିସିରେ ବିକ୍ରମ ପାଢୀକୁ ଗିରଫ କରି କୋର୍ଟ ·ଲାଣ କରିଥିଲା ।
next post