Uncategorized

ବ୍ରିଜ ତଳକୁ ଖସି ବୃଦ୍ଧଙ୍କ ମୃତ୍ୟୁ

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ସୁଜନପୁର ଗ୍ରାମ ପଞ୍ଚାୟତର ପଟନପୁର ଗ୍ରାମର କେଳୁଚରଣ ସାହୁ (୭୨) ସାଇକେଲ ଯୋଗେ ଘରକୁ ଫେରୁ ଥିବା ସମୟରେ ବ୍ରିଜ ତଳକୁ ଖସି ପଡି ମୃତ୍ୟୁବରଣ କରିଛନ୍ତି ।

ଘଟଣାରୁ ପ୍ରକାଶ, ପଠନପୁର ଗ୍ରାମର କେଳୁ ଚରଣ ସାହୁ ଡେଲାଙ୍ଗ ହାଟ ବଜାରରୁ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ । ପଟନପୁର ବ୍ରିଜଟି ୫ ବର୍ଷ ତଳୁ କାମ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ରିଜର ଦୁଇ ପଟ ରାସ୍ତା ସହିତ ସଠିକ ସଂଯୋଗ ହୋଇନାହିଁ ବା ବ୍ରିଜର ବାଡ ନାହିଁ । ବୃଦ୍ଧ କେଳୁଚରଣ ଘରକୁ ଫେରୁଥିବା ବେଳେ ବାଡ ହୀନ ବ୍ରିଜ ତଳକୁ ଖସି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ସ୍ୱ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅ ।ଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହାକୁ ନେଇ ସେଠାରେ ·ପ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ପୋଲିସ୍ ପହଂଚି ତଦନ୍ତ ଅ ।ରଂଭ ଚଳାଇଛି ।

Related posts

ଚୀନ ବୈଜ୍ଞାନିକଙ୍କ କରୋନା ପ୍ରତିଷେଧକ ଟୀକାର ଦ୍ୱିତୀୟ ପରୀକ୍ଷଣ

mahabharatanews

ପୁଣି ସମ୍ପ୍ରସାରିତ ହେବ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ

mahabharatanews

ଜେଏନୟୁ ହିଂସାରେ ସାମିଲ ମୁଖାପିନ୍ଧା ମହିଳା ଚିହ୍ନଟ

mahabharatanews