ଓଡିଶା

ଇନ୍ଦ୍ରାବତୀ ନଦୀରେ ବୁଡ଼ି ମହିଳା ନିଖୋଜ,୨୪ ଘଣ୍ଟା ପରେ ଶବ ଉଦ୍ଧାର

(ଟୁକୁନା ଖରା/ନବରଙ୍ଗପୁର): ଗତକାଲି ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ବିବାହିତା ମହିଳା ନିଖୋଜ ଥିବା ଘଟଣାର ୨୪ ଘଣ୍ଟା ପରେ ଆଜି ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ଗ୍ରାମର କେତକୀ ମାଝୀ(୪୨) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ ମଞ୍ଚାଗାଁ ଗ୍ରାମର ହଳଧର ମାଝୀଙ୍କ ପତ୍ନୀ କେତକୀ ମାଝୀ ଗତକାଲି ସକାଳୁ ଗାଁ ନିକଟସ୍ଥ ଥିବା ଇନ୍ଦ୍ରାବତୀ ନଦୀରେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ କେତକୀଙ୍କ ଗୋଡ଼ ଖୋସି ଯିବାରୁ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ଏନେଇ ମୃତ ମହିଳାଙ୍କ ସ୍ୱାମୀ ଖାତିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ କିନ୍ତୁ କେତକୀଙ୍କୁ ଉଦ୍ଧାର କରି ପାରିନଥିଲେ। ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ଅଗ୍ନିଶମ ବିଭାଗ ମହିଳାଙ୍କ ଶବ କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

mahabharatanews

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ

mahabharatanews

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews