ଓଡିଶା

ଋଣ ଶୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

(ମହାଭାରତ, ଏରସମା): ଏରସମାରେ ବେଆଇନ ଚିଙ୍ଗୁଡି ଘେରି ପାଇଁ ଋଣ ଯୋଗାଉଥିବା ସାହୁକାରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଏଥିପାଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ଭାଇ ଏରସମା ଥାନାରେ ଏତଲା ଦାଖଲ କରିଛନ୍ତି । ସାହୁକାରଙ୍କ ଭୟରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଓ ଦିଅର ୨ମାସ ହେଲା ଗାଁ ଛାଡି ପଳାଇଥିବା ସୂଚନା ମିଳିଛି ।

ଅଭିଯୋଗ ମୁତାବକ, ମହିଳା ଜଣକ ଆତ୍ମହତ୍ୟା କରିଥିବା ଖବର ପାଇ ତାଙ୍କ ସ୍ୱାମୀ ଗୁରୁବାର ସକାଳେ ଘରେ ପହଞ୍ଚିଥିଲେ । ଚିଙ୍ଗୁଡି ଚାଷ ପାଇଁ ଆଣିଥିବା ଋଣ ଶୁଝି ନପାରିବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଯାଉଁଳିବେଦୀ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ଠାରୁ ମୃତ ମହିଳାଙ୍କ ସ୍ୱାମୀ ଋଣ ଆଣି ଚିଙ୍ଗୁଡି ଚାଷ କରିଥିଲେ । କିନ୍ତୁ ଏଥିରେ କ୍ଷତି ହେବାରୁ ସେ ଆଉ ଋଣ ପରିଶୋଧ କରିପାରିନଥିଲେ । ଫଳରେ ନିତ୍ୟାନନ୍ଦ ଓ ତାଙ୍କର ସହଯୋଗୀ ବିଭିନ୍ନ ସମୟରେ ତାଙ୍କର ପରିବାରକୁ ନିର୍ଯାତନା ଦେଉଥିଲେ । ଫଳରେ ଘରର ଏ ଅବସ୍ଥା ଦେଖି ସ୍ତ୍ରୀ ମାନସିକ ଅଶାନ୍ତିରେ ରହୁଥିଲେ ଏବଂ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିବା ଏରସମା ଥାନାଧିକାରୀ ସୂଚନା ଦେଇଛନ୍ତି ।

Related posts

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଭାଗର ସ୍ପଷ୍ଟୀକରଣ, ଖୁବଶୀଘ୍ର ଆସିବ ସଂଶୋଧିତ ଡିଜିଟାଲ କପି

mahabharatanews

ଭାବନ୍ଧ ଗ୍ରାମ ପଞ୍ଚାୟତ ରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

mahabharatanews

ଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି: ପ୍ରତାପ ଜେନା

mahabharatanews