ଓଡିଶା

ଚାରି ଅନାଥ ଛୁଆଙ୍କ ବୋଝରେ ଅସହାୟ ମା’

(ଗୋଲାପ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ହିରାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଁଟା ପଡାର ଏକ ଗରିବ ଆଦିବାସୀ ପରିବାରର ବିଧବା ସମ୍ବାରୀ ଜାନୀ ନିଜ ଅନାଥ ଚାରି ଶିଶୁଙ୍କୁ ନେଇ ଅସହାୟ ଅବସ୍ଥାରେ ରହୁଛନ୍ତି । ଆଠ ମାସ ତଳେ ସ୍ବାମୀ ଦୁର୍ଜନ ଜାନୀଙ୍କ ମୃତ୍ୟୁ ପରେ ନିଜ ଅନାଥ ପରିବାର ପ୍ରତିପୋଷଣକୁ ନେଇ ଚିନ୍ତାରେ ସମ୍ବାରୀ ଜାନୀ । କ’ଣ ହେବ ଏହି ଚାରି କୋମଳମତୀ ଶିଶୁଙ୍କ ଭବିଷ୍ୟତ ? ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଏହି ଅସହାୟ ପରିବାରକୁ ମୁଠାଏ ଅନ୍ନ ପାଇଁ ବ୍ୟାକୁଳ ହେବାକୁ ପଡୁଛି । ସ୍ବାମୀ ତିଆରି କରିଥିବା ଝାଟିମାଟି କୁଡିଆରେ ରହିଆସୁଥିବା ଏହି ଅସହାୟ ପରିବାରକୁ ସାହା ହେବା ପାଇଁ କେହି ନଥିବା ବେଳେ ଅଭାବ ଅନଟନରେ ବିତୁଛି ଏହି ଚାରି ପ୍ରାଣୀଙ୍କ ଜୀବନ। ଯୋଜନା କହିଲେ କିଛି ଜାଣିନଥିବା ସମ୍ବାରୀ ଜାନୀ କାହାକୁ ତା ଦୁଃଖ ଜଣାଇବ କିଏ ଶୁଣିବ ତା ଦୁଃଖର କାହାଣୀ କିଏ ହେବ ସାହା ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଅସହାୟ ହୋଇପଡିଛନ୍ତି ସମ୍ବାରୀ । ନା ଖାଇବାକୁ ମୁଠାଏ ଅନ୍ନ ମିଳୁଛି ନା ପିନ୍ଧିବାକୁ ଲୁଗା, ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ସମ୍ବାରୀଙ୍କ ପରିବାର । ସରକାରଙ୍କ ସହାୟତା ଅପେକ୍ଷାରେ ହାତ ପାତି ଅନାଇ ବସିଛନ୍ତି ବିଧବା ସମ୍ବାରୀ ଜାନୀ। ତେବେ ସରକାର କେବେ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେବେ ତାହା ଦେଖିବା କେବଳ ବାକି ରହିଲା ।

Related posts

ଆଜି ଠାରୁ ଏସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

mahabharatanews

ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

mahabharatanews

ପରଜଙ୍ଗ ବୃନ୍ଦାବନପୁର ଗାଁରେ କାଳ ବୈଶାଖୀର ତାଣ୍ଡବ…

mahabharatanews