ଓଡିଶା

ଏକ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ, ୧ ଗିରଫ

(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା ବାସୁଦେବପର ଥାନା ଅଢୁଆଁ ଛକ ନିକଟରୁ ପୋଲିସ ୧ କିଲୋରୁ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଜଣେ ପେଶାଦାର ଗଞ୍ଜେଇ ବେପାରୀ ଓ ସେଠାରେ ମାଲ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବେପାରୀ ଜଣକ ଗଞ୍ଜେଇ ଧରି ବିକ୍ରୀ କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ସମୟରେ ତା ନିକଟରୁ ୧ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ ହୋଇଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

ଘରଠୁ ୪୦୦ ମିଟର ଦୂରରେ ଜୀବନ ହାରିଲେ ପିଇଓ

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

୩ରୁ ପକ୍ଷୀ ଗଣନା  

mahabharatanews