Uncategorized

କଖାରୁ ହାଲୁଆ

(ମହାଭାରତ): ମିଠା ଜାତୀୟ ଖାଦ୍ୟ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ବୋଇତି କଖାରୁ ଏକ ଏଭଳି ପରିବା ଯାହା ଦ୍ୱାରା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିହେବ । ତାହେଲେ ଜାଣନ୍ତୁ ବୋଇତି କଖାରୁ କିପରି ହାଲୁଆ ପ୍ରସ୍ତୁତ କରିହେବ ।
ଆବଶ୍ୟକ ସାମଗ୍ରୀ
ବୋଇତି କଖାରୁ: ୩କପ
କ୍ଷୀର: ୧କପ
ଘିଅ: ୧/୨ କପ
କାଜୁ,ପିସ୍ତାବାଦାମ: ୫୦ଗ୍ରାମ
ଅଳେଇଚ: ୪ଟି
ଚିନି : ୧କପ
ପ୍ରଣାଳୀ: ପ୍ରଥମେ ଗ୍ୟାସ ଅନ କରି କାଜୁ,ପିସ୍ତାବାଦାମକୁ ଅଳ୍ପ ଘିଅ ପକାଇ ଭାଜନ୍ତୁ । ବୋଇତି କଖାରୁକୁ କୋରି ଏକ ପାତ୍ରରେ ରଖନ୍ତୁ । ଗ୍ୟାସରେ ପ୍ରେସର କୁକୁର ନେଇ ସେଥିରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ ବୋଇତି କଖାରୁ କୋରାକୁ ପକାଇ ୧୦ ମିନିଟ ଭାଜନ୍ତୁ । ସେଥିରୁ ଅଳ୍ପ ପାଣି ବାହାରିବାକୁ ଲାଗିଲେ ସେଥିରେ ୨କପ ପାଣି ଓ ଏକ କପ କ୍ଷୀର ଦେଇ ପ୍ରେସର କୁକର ବନ୍ଦ କରି ୨ଟି ହ୍ୱିସିଲ ହେବା ଯାଏଁ ଛାଡ଼ି ଦିଅନ୍ତୁ । ବୋଇତି କଖାରୁ ସିଝିଯିବା ପରେ ସେଥିରେ ଅଳେଇଚ ପକାନ୍ତୁ । ସେଥିରେ କାଜୁ,ପିସ୍ତାବାଦାମ ଓ ଚିନି ପକାଇ ଦିଅନ୍ତୁ । ବର୍ତ୍ତମାନ ବୋଇତି କଖାରୁ ମିଶ୍ରଣକୁ ଭଲ ଭାବେ ଭାଜନ୍ତୁ । ବୋଇତି କଖାରୁ ହାଲୁଆ ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ବାହାର କରି ନିଅନ୍ତୁ । ପରିବାର ତଥା ଅତିଥିଙ୍କୁ ପରଷନ୍ତୁ ।

Related posts

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

mahabharatanews

ପୂର୍ବ ପରି ନମସ୍କାରକୁ ଆପଣେଇବା ଦରକାର: ମୋଦି

mahabharatanews

ମଧ୍ୟପ୍ରଦେଶର ବେରୋଜଗାରୀଙ୍କୁ ମିଳିବ ୫ ହଜାର ଟଙ୍କା: କମଲନାଥ

mahabharatanews

Leave a Comment