Uncategorized

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ନିଶ୍ଚିତ ଦୁର୍ଘଟଣାକୁ ଏଡାଇଲା

ପୁଣେ: ଏୟାର ଇଣ୍ଡିଅ।।ର ଏକ ବିମାନ ଶନିବାର ଦିନ ପାଇଲଟଙ୍କ ଉପସ୍ଥିତ ବୁଦ୍ଧିିରୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ପୁଣେ ବିମାନ ବନ୍ଦରର ରନୱେରେ ବିମାନ ଦିଲ୍ଲୀ ପାଇଁ ଉଡାଣ ଭରିବା କ୍ଷଣି ହଠାତ ଏକ ଜିପ ଓ ଜଣେ ବ୍ୟକ୍ତି ବିମାନ ଆଗକୁ ଚାଲି ଆସିଲେ । ସେତେବେଳେ ବିମାନ ପ୍ରତିଘଣ୍ଟା ୨୨୨,୨୪ କିମି ବେଗରେ ଚାଲୁଥିଲା । ଏହା ଦେଖି ବିବାନ ଚାଳକ ତୁରନ୍ତ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଟେକଅଫ କରିବାର ନିଷ୍ପତ୍ତି ନେଇଥିଲେ ଓ ବିମାନ ସୁରକ୍ଷିତ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ।

ଏହି ଘଟଣା ପରେ ନାଗରିକ ବିମାନ ମହାନିର୍ଦ୍ଦେଶାଳୟ ଏହାର ଯାଞ୍ଚ ଆଦେଶ ଦେଇଛନ୍ତି । ଏହି ଘଟଣା ଶନିବାର ସକାଳରେ ଘଟିଥିଲା । । ରନୱେରେ ବିମାନ ଏ-୩୨ ଉଡାଣ ପାଇଁ ଗଡିବା ପରେ ହଠାତ୍ ଜଣେ ବ୍ୟକ୍ତି ଜିପରେ ସାମ୍ନାକୁ ଚାଲି ଆସିଥିଲେ । ଜିପ ସହ ବିମାନର ଧକ୍କା ସୁନିଶ୍ଚିତ ଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧିରୁ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଲା । ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ ।

Related posts

ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ

mahabharatanews

ପୁଣି ଦିଲ୍ଲୀରେ ଭୂକମ୍ପ: ତିବ୍ରତା ୨.୧

mahabharatanews

ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀ ଶୁଭାରମ୍ଭ

mahabharatanews