Uncategorized

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ କନଷ୍ଟେବଲ କରୋନା ପଜିଟିଭ

(ଲକ୍ଷ୍ନୌ): ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର କରିଥିବା ଉତ୍ତର ପ୍ରଦେଶ ପୁଲିସ୍ ଟିମର ଜଣେ କନେଷ୍ଟବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିକାଶକୁ ଉଜୈ÷ନରୁ କାନପୁର ଆଣିବା ଟିମରେ ଏହି କନଷ୍ଟେବଲ ଜଣକ ସାମିଲ ଥିଲେ । ବିକାଶକୁ ଏନକାଉଣ୍ଟର କରିବା ବେଳେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସ୍ୱାବ ପରୀକ୍ଷା କରାଯାଇଥିଲା । ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ସମ୍ପୃକ୍ତ କନେଷ୍ଟବଲଙ୍କ ସହ ଥିବା ଅନ୍ୟ ଚାରିଜଣ ସଦସ୍ୟଙ୍କର ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। କନଷ୍ଟେବଲ ଜଣଙ୍କ ଯେଉଁ ୱାର୍ଡରେ ଥିଲେ ସେଠାକୁ ଆସିଥିବା ଲୋକମାନେ ନିଜ ଆଡୁ କରୋନା ପରୀକ୍ଷା କରାଇନେବା ଦରକାର ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟପ୍ରଦେଶର ଉଜୈନରୁ ବିକାଶକୁ ଗିରଫ କରାଯାଇଥଲା। ଏହାପରେ ଶନିବାର ସକାଳେ ତାକୁ କାନପୁର ଅଣା ଯାଉଥିବା ବେଳେ ବାରା ନିକଟରେ ଏନକାଉଣ୍ଟର କରାଯାଇଥିଲା।

Related posts

କେପିକେବି କ୍ୟାଣ୍ଟିନରୁ ପ୍ରାୟ ୧୦୦୦ ସାମଗ୍ରୀ ତାଲିକାରୁ ବାଦ ପଡିଲା

mahabharatanews

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

mahabharatanews

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ: ସୁପ୍ରିମ କୋର୍ଟ

mahabharatanews