Uncategorized

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

(ବେଙ୍ଗାଲୁରୁ): ନାଗରିକତା ସଂଶୋଧନ ଆଇନ (ସିଏଏ) ନିଆଁ ଏବେ କର୍ଣ୍ଣାଟକକୁ ବ୍ୟାପିଛି । ଏହାକୁ ବିରୋଧ କରି ଏଠାରେ ବାମପନ୍ଥୀ ଓ ମୁସଲିମ ସଂଗଠନଗୁଡିକ ଗୁରୁବାର ବନ୍ଦ ଆହ୍ୱାନ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର କିଛି ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଯାହାକି ଗୁରୁବାର ସକାଳ ୬ଟାରୁ ଡିସେମ୍ବର ୨୧ ଯାଏଁ ବଳବତ୍ତର ରହିବ ଏବଂ ଡିସେମ୍ବର ୧୯ରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି କଲବୁର୍ଗିର ଡିସିପି ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ମାଙ୍ଗାଲୁରରେ ମଧ୍ୟ ତିନି ଦିନ ଲାଗି ଧାରା ୧୪୪ ଲାଗୁ କରାଯାଇଛି । ସିଏଏ ଓ ଏନଆରସି ବିରୋଧରେ ଦେଶବ୍ୟାପୀ ହେଉଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆଧାରରେ ଡିସେମ୍ବର ୧୮ ରାତି ୯ଟାରୁ ଆଗାମୀ ୨୦ ରାତି ୧୨ଟା ଯାଏ ଏହି ଧାରା ଜାରି ରହିବ ବୋଲି ସହରର ପୋଲିସ କମିଶନର ପି. ଏସ ହର୍ଷ କହିଛନ୍ତି । ସେହିପରି ଶିବମୋଗାରେ ଆଗାମୀ ୨୧ ତାରିଖ ରାତି ୧୨ଟା ଯାଏଁ ୧୪୪ ଧାରା ଲାଗୁ ରହିବ ବୋଲି ଅତିରିକ୍ତ ପୋଲିସ କମିଶନର ସୂଚନା ଦେଇଛନ୍ତି ।

Related posts

ଆତଙ୍କୀ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ

mahabharatanews

କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳପ୍ରଦ ହେଉନି: ବଳରାମ ଭାର୍ଗଭ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews