ଓଡିଶା

କୀଟନାଶକ ପ୍ରଭାବରେ ୩ ଗୋରୁ ମୃତ

(ମହାଭାରତ, ବଡସାହି): ଧାନ ଚାଷ ପାଇଁ ଜମିରେ ବୁବହୃତ କୀଟନାଶକ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ଖାନୁଆ ପଞ୍ଚାୟତର ଧାନଶୋଳ ଗାଁରେ ୩ ଗୋରୁଙ୍କ ମୃତ୍ୟୁ ହୋଇଛି । କୀଟନାଶକ ପ୍ରଭାବରେ ୨ଟି ଗାଈ ଓ ଗୋଟିଏ ବଳଦ ଏଯାଏ ପ୍ରାଣ ହରାଇଥିବା ବେଳେ ଅନ୍ୟ ଗୋଟିଏ ବଳଦ ଓ ବାଛୁରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖାଦେଇଛି । ଖାନୁଆ ପ୍ରାଣୀଧନ ନୀରିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଗୁରତର ଅସୁସ୍ଥ ବଳଦ ଓ ବାଛୁରୀର ଚିକିତ୍ସା କରୁଥିବା ବେଳେ ମୃତ ଗାଈ ଓ ବଳଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ସୂଚନା ଅନୁଯାୟୀ, ଧାନଶୋଳ ଗାଁ ନିକଟ ଭାଲୁକଡବି-ନିଶ୍ଚିନ୍ତପୁର ଗାଁରେ ଚଳିତବର୍ଷ ପ୍ରଥମ କରି କେତେକ ଚାଷୀ ଖରାଦିନିଆ ଧାନ ଚାଷ କରିଛନ୍ତି । ଏହି ଚାଷୀମାନେ ପାଖ ଗାଁରେ ଖବର ଦେଇ ଚାଷଜମିିରେ କୀଟନାଶକ ପ୍ରୟୋଗ କରିଥିଲେ । ସବୁଦିନ ଭଳି ବୁଧବାର ଗାଁର ଗାଈ ଗୋରୁ ଚରିବାକୁ ଯାଇ କୀଟନାଶକ ସଂସ୍ପର୍ଶରେ ଆସିଥିଲେ । ଚାଷଜମିରେ ପାଣି ସେବନ ଓ ଫସଲ ଖାଇବା ପରେ ୨ଟି ଗାଈ ଓ ଗୋଟିଏ ବଳଦ ଚାରଣ ଭୂଇଁରେ ପଡି ପ୍ରାଣ ହରାଇଥିଲେ । ସେହିପରି ଆଉ ଗୋଟିଏ ବଳଦ ଓ ବାଛୁରୀ ଅସୁସ୍ଥ ହୋଇଥିଲେ । ଚାଷୀମାନେ ଏଠାରେ କୀଟନାଶକ ପ୍ରୟୋଗ ବିଷୟରେ ସୂଚନା ଦେଇଥିଲେ ମଧ୍ୟ ଚାଷ ଜମିରେ ନାଲି ପତକା ଲଗାଇ ନଥିବାରୁ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି ।

Related posts

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ଅବହେଳିତ ଅବସ୍ଥାରେ ସୋର ଶିଶୁ ଉଦ୍ୟାନ

mahabharatanews

ଚାଲିଛି ଗୁପ୍ତ ସେବା, ଶ୍ରୀଜିଉଙ୍କୁ ଲାଗି ହେବ ଓଷ

mahabharatanews