ଓଡିଶା

କୁହୁଡି ହେଲା କାଳ, ଘାଟିରୁ ଓଲଟିଲା ବସ

(ମହାଭାରତ ) ହିଞ୍ଜିଳିକାଟୁ: ତପ୍ତପାଣି ଘାଟିରେ ବସ ଓଲଟି ୭ ମୃତ ଓ ୩୦ ଆହତ। ଆଜି ଭୋର ଚାରିଟା ସମୟରେ ରାୟଗଡା ରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଗଞ୍ଜାମ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।ଏହି ଆହତ ମାନଙ୍କ ମଧ୍ୟରୁ ୧୦ ଜଣ ଅତି ଗୁରୁତର ଭାବରେ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି।ଉଦ୍ଧାର କରା ଯାଇଥିବା ଆହତ ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଭର୍ତି କରା ଯାଇଛି।କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews

କାମ ଅଭାବରୁ ପଥର ହାଣି ପେଟ ପୋଷନ୍ତି ସାରଦାପୁଟ ଗ୍ରାମବାସୀ

mahabharatanews