ଟୋକିଓ: କୋରୋନାର ଭୟାବହତା ଥମିବାର ନାମ ନେଉ ନାହିଁ । ଚୀନରେ କୋରେ।।ନା ଭୂତାଣୁରେ ମୃତକଙ୍କ ସଂକ୍ୟା ୧୧୧୩ରେ ପହଁଚିଥିବା ବେଳେ ୪୪ ହଜ।।ର ସଂକ୍ରମିତ ହୋଇଥିବା ସୂଚନା ରହିଛି । ସେପଟେ ଜାପାନରେ ଏକ କ୍ରୁଜରେ ଫସି ଥିବା ଲୋକଙ୍କ ମଧ୍ୟରୁ ୩୯ ଜଣଙ୍କ କୋରୋନା ପରୀକ୍ଷା ପଜିଟିଭ ଆସିଛି । ଏହାକୁ ନେଇ କ୍ରୁଜରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରୁଜରେ ମୋଟ ୧୭୪ଟି ପଜିଟିଭ କେଶ ସାମ୍ନାକୁ ଆସିଛି । ଚୀନରେ ବୃଦ୍ଧିପାଉଥିବା ମୃତ୍ୟୁୃ ସଂଖ୍ୟାକୁ ନେଇ ବିଶ୍ୱ ବ୍ୟାପୀ ଆତଙ୍କ ଖେଳି ଯାଇଥିବା ବେଳେ ୩୧ଟି ସ୍ଥାନକୁ କୋରୋନା ବ୍ୟାପୀ ଯାଇଛି । ୩୧ଟି ସ୍ଥାନ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହୁବେଇର ବୁହାନ ସହର । ଏଠାରୁ ହିଁ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା । ଚୀନରେ କୋରୋନାରେ ଏପର୍ଯ୍ୟନ୍ତ ୧୧୧୩ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ବୁଧବାର ମୋଟ ୯୭ ଜଣଙ୍କ ମୃତ୍ୟୁ ଚୀନରେ ହୋଇଥିବା ବେଳେ କେବଳ ହୁବେଇରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦୧୫ ନୂଆ ମାମଲା ଚିହ୍ନଟ ହୋଇଛି । ସମାଚାର ଏଜେନ୍ସି ପିଟିଅ।।ଇ ମୁତାବକ ଚୀନରେ କୋରୋନାରେ ଏପର୍ଯ୍ୟନ୍ତ ୧୧୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪, ୬୫୩ ଜଣ ପଜିଟିଭ ଚିହ୍ନଟ ହେ।।ଇଛନ୍ତି ।
ଅପରପକ୍ଷରେ ଜାପାନର ୟୋକୋହାମ ଉପକୂଳରେ ଠିଆହୋଇଥିବା ଡାଇମଣ୍ଡ ପ୍ରିନ୍ସେସ କ୍ରୁଜରେ କରୋନାର ୩୯ ନୂଆ ମାମଲା ସ୍ପଷ୍ଟ ହୋଇଛି । ପିଟିଆଇ ମୁତାବକ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରୀ କତସୁନୋବୁ କାଟୋ ବୁଧବାର ଏହାର ସୂଚନା ଦେଇଛନ୍ତି । ଏବେ କ୍ରୁଜରେ ମୋଟ ୧୭୪ ଟି କୋରୋନା ରୋଗୀ ରହିଛନ୍ତି । କାଟୋ କହିଛନ୍ତି, ୫୩ରୁ ୩୯ ମାମଲାରେ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଥିତି ଗୁରୁତର ରହିଛି ।
ସୂଚନାଯୋଗ୍ୟ, କ୍ରୁଜରେ ମୋଟ ୩୭୧ ଜଣ ଫସି ରହିଛନ୍ତି । ଏହି କ୍ରୁଜ ହଙ୍ଗକଙ୍ଗରୁ ବାହାରିଥିଲା । ଏମାନଙ୍କ ମଧ୍ୟରୁ ଜଣକଠାରେ କୋରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ କ୍ରୁଜରେ ଥିବା ୧୩୮ ଜଣ ଭାରତୀୟଙ୍କ ମଧ୍ୟରୁ କାହାରି ଠ।।ରେ କୋରୋନା ଭୂତାଣୁ ସଂକ୍ରମଣର ପୁଷ୍ଟି ହୋଇ ନାହିଁ । କୋରୋନାରେ ଅଦ୍ୟାବଧି ଚୀନରେ ୧୧୧୩ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ସୋମବାର ସୁଦ୍ଧା ଏହା ୯୦୮ ଥିଲା ଓ ସଂକ୍ରମଶା ୪୦୧୭୧ ମାମଲା ଆସିଥିଲା ।
previous post
next post