Uncategorized

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

(ବେଙ୍ଗାଲୁରୁ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ପ୍ରଥମଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନଯାନ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି । ମହାକାଶଚାରୀଙ୍କ ପ।।ଇଁ ପ୍ରସ୍ତୁତ ଖାଦ୍ୟ ମେନ୍ୟୁରେ ଏଗ୍ ରୋଲ, ଭେଜ ରୋଲ, ଇଡଲି, ମୁଗ ଡାଲି, ହାଲୱା ଓ ଭେଜ ପୁଲାଓ ଆଦି ରହିଛି । ଏଗୁଡିକୁ ଯେପରି ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଖାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ସାମଗ୍ରୀଗୁଡିକୁ ଗରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଫୁଡ ହିଟର ପ୍ରଦାନ କରାଯିବ । ଏହାକୁ ମଧ୍ୟ ଡିଆରଡିଓର ମହୀଶୁର ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି । ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଯେପରି ପାଣି ଓ ଜୁସ ଆଦି ପିଇ ପାରିବେ ସେଥିପାଇଁ ସ୍ୱତନ୍ତ୍ର କଣ୍ଟେନର ମଧ୍ୟ ପ୍ରସ୍ତୁତ କରାଯାଇଛି । କିଛି ଦିନ ତଳେ ଗଗନଯାନ ମିଶନ ପାଇଁ ୪ ଜଣ ବାୟୁସେନାର ସଦସ୍ୟଙ୍କୁ ବଛା ଯାଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏମାନଙ୍କ ପ୍ରଶିକ୍ଷଣ ଜାନୁଆରୀ ୩ୟ ସପ୍ତାହରେ ଆରମ୍ଭ ହେବ ବୋଲି ଜଣାପଡିଛି ।

Related posts

ଦେଶରେ ଦିନକରେ ୬୧ ହଜାର ୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମ୍ୟୁଚୁଆଲ୍ ଫଣ୍ଡ ପାଇଁ ୫୦ ହଜାର କୋଟି ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଘୋଷଣା

mahabharatanews

ନିହତ ବିକାଶ ଦୁବେ ସହ ପୁଲିସର ସମ୍ପର୍କକୁ ନେଇ ତଦନ୍ତ ଆରମ୍ଭ କଲା ଏସଆଇଟି

mahabharatanews