Uncategorized

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

(ମହାଭାରତ): କଥାରେ ଅଛି ସାରୁ ଖୋଳୁ ଖୋଳୁ ମହାଦେବ । ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ । ଘର ନିର୍ମାଣ ପାଇଁ ମାଟି ଖେଳୁଥିବା ବେଳେ ବହୁ ବର୍ଷର ପୁରାତନ ସୁଡଙ୍ଗ ମିଳିଥିବା ଜଣାପଡିଛି । ଏହି ସୁଡଙ୍ଗର ଉଚ୍ଚ ୧୦ଫୁଟ ଓ ଚଉଡା ୪ଫୁଟ ରହିଛି । ଐତିହାସିକମାନେ ଏହାକୁ ୨୦୦-୩୦୦ ବର୍ଷର ପୁରୁଣା ସୁଡଙ୍ଗ ବୋଲି କହୁଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଜିଲ୍ଲା ମହତା ଗାଁର ଜିଆରୁଲ ମଲିକ ଶନିବାର ଘର ନିର୍ମାଣ ପାଇଁ ମାଟି ଖୋଳିଥିଲେ । ମାଟି ଖୋଳାଯାଉଥିବା ବେଳେ ଏହାର ଅଂଶ ତଳକୁ ଦବି ଯାଇଥିଲା । ଏନେଇ ଜିଆରୁଲ ଜିଲ୍ଲା ଅଧିକାରୀ,ପତ୍ନତତ୍ତ୍ୱ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଜିଲ୍ଲା ଅଧିକାରୀ, ପତ୍ନତତ୍ତ୍ୱ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏହାପରେ ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ଖୋଳାଯାଇଥିଲା । ଖୋଳାଯିବା ପରେ ସୁଡଙ୍ଗର କିଛି ଫଟୋକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଯାଞ୍ଚ ପରେ ଏହା ୨୦୦-୩୦୦ ବର୍ଷର ପୁରୁଣା ବୋଲି ଏଏସଆଇ ବିଭାଗ ଅନୁମାନ କରିଛି । ଆଉ କିଏ ଏହାକୁ ରାଜ ପରିବାରର ସୁଡଙ୍ଗ ବୋଲି କହିଛନ୍ତି । ଅପରପକ୍ଷେ ଏହି ସୁଡଙ୍ଗକୁ ଦେଖିବା ପାଇଁ ଜିଲ୍ଲା ବାହାରୁ ଲୋକଙ୍କ ଭିଡ ଜମୁଥିବାରୁ ମହତା ଗାଁକୁ ଘେରାବନ୍ଦୀ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

କୋଭିଡ୍ ସଂକ୍ରମିତ ହେଲେ ବିରାଟ କୋହଲି

mahabharatanews

ଓଡ଼ିଶା ଅଗ୍ନିଶମର ନୂଆ ଅଧ୍ୟାୟ

mahabharatanews

ପୁଲୱାମା ଆକ୍ରମଣର ବର୍ଷ ପୂର୍ତ୍ତିରେ ବିଜେପିକୁ ରାହୁଲଙ୍କ ୩ଟି ପ୍ରଶ୍ନ

mahabharatanews

Leave a Comment