Uncategorized

ଚୁଡ଼ା ଖିରୀ

ଆବଶ୍ୟକ ସାମଗ୍ରୀ: ଚୁଡ଼ା,କ୍ଷୀର,ଚିନି,ମିଲ୍କମେଡ଼,ନଡ଼ିଆ କୋରା,ଗୁଜୁରାତି,କାଜୁ-କିସମିସ ଓ ଘିଅ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଡ଼ାକୁ ପାଣିରେ ଭଲ ଭାବେ ଧୋଇ ଚିପୁଡ଼ି ଏକ ମାତ୍ରରେ ରଖିଦିଅନ୍ତୁ । ବର୍ତ୍ତମାନ କଡ଼େଇରେ ଅଳ୍ପ ଘିଅ ଗରମ କରି ଏଥିରେ ଧୁଆ ଚୁଡ଼ାକୁ ପକାଇ ହାଲକା ଭାଜନ୍ତୁ । ଚୁଡ଼ା ଟିକେ ଭାଜି ହୋଇଗଲେ ଏହାକୁ ଏକ ପ୍ଳେଟକୁ କାଢି ଦିଅନ୍ତୁ ।
ଏବେ କଡ଼େଇରେ ଆଉ ଟିକେ ଘିଅ ଗରମ କରି ଏଥିରେ କାଜ,କିସମିସ ପକାଇ ହାଲକା ଭାଜନ୍ତୁ ଓ କାଢି ରଖନ୍ତୁ । ଏହା ପରେ ଏକ ପାତ୍ରରେ କ୍ଷୀରରେ ଗୁଜୁରାତି ପକାଇ ଫୁଟାନ୍ତୁ । କ୍ଷୀର ଫୁଟି ମରିଗଲେ ସେଥିରେ ଚୁଡ଼ା ପକାନ୍ତୁ । ଚୁଡ଼ା ଟିକେ ଫୁଲି ଖୋଲି ଗଲା ପରେ ଏଥିରେ ଚିନି,ମିଲ୍କ ମେଡ଼,ନଡ଼ିଆ କୋରା ଓ ଭଜା କାଜୁ-କିସମିସ ପକାଇ ଫୁଟାନ୍ତୁ । କ୍ଷୀର ଓ ଚୁଡ଼ା ମିଶି ଖିରି ଭଳି ହୋଇଗଲେ ଏହାକୁ ଚୁଲିରୁ ଓହ୍ଳାଇଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚୁଡ଼ା ଖିରୀ’ ।

Related posts

ଘନ କୁହୁଡିରେ ଚାଲିଗଲା ୬ ଜୀବନ

mahabharatanews

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

mahabharatanews

କୋରୋନା: ଜାପାନରେ ୫୯୪ ନୂତନ ସଂକ୍ରମଣ ଚିହ୍ନଟ

mahabharatanews