Uncategorized

ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି, ନ୍ୟାସନାଲ କନ୍ଫରେନ୍ସ (ଏନସି) ମୁଖ୍ୟ ଫାରୁକ ଅବଦୁଲ୍ଲା, ଏନସି ନେତା ସେଯଦ ଅଲି ଅଖୁନଙ୍କ ସମେତ ଏନସି, ପିଡିପି ଓ କଂଗ୍ରେସର ୨୦୦ ନେତାଙ୍କ ନାମ ତାଲିକାରେ ରହିଛି। ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଆଦେଶରେ କେନ୍ଦ୍ର ଶାସିତ ପ୍ରଶାସନ ଏବଂ ସିବିଆଇ ଯାଞ୍ଚ ଏହି ତଥ୍ୟ ଦେଇଛି । ଅବଦୁଲ୍ଲା ୧୯୯୮ ମସିହାରେ ଜାମ୍ମୁ ଡିଭିଜନ ସଞ୍ଜବାନ ଅଞ୍ଚଳରେ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ତିନିଟି କେନାଲ ଜମି କିଣିଥିବା ବେଳେ ପ୍ରାୟ ୭ଟି କେନାଲ ଓ ଜଙ୍ଗଲ ଜମିକୁ ଜବରଦଖଲ କରି ଗୃହ ନିର୍ମାଣ କରିଛନ୍ତି । ଗୃହ ନିର୍ମାଣ ଜାଗା ମୂଲ୍ୟ ୧୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହୋଇଥିବା ବେଳେ ୩ କେନାଲ ଜମି ମୂଲ୍ୟ ୪୦ କୋଟିରୁ ଅଧିକ ।
ସିବିଆଇ ଅନୁଯାୟୀ, ଫାରୁକ ଅବଦୁଲ୍ଲା ରୋଶନୀ ଆକ୍ଟ ଅନ୍ତର୍ଗତ ଜମି ଆବଣ୍ଟନ କରିଛନ୍ତି। ଭଉଣୀ ସୁରେୟା ଭଟ୍ଟୁ ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ଜଙ୍ଗଲ ଜମି ଓ ସରକାରୀ ଜମିରେ କବଜା କରିଛନ୍ତି। ଏହି ତାଲିକାରେ ଙ୍କ ନାଁ ମଧ୍ୟ ସାମିଲ ଅଛି।
୨୦୦୧ ରେ ରୋଶନୀ ଆକ୍ଟ ଗଠନ ହୋଇଥିଲା। ଯେତେବେଳେ ସରକାରୀ ଜମିରେ ଅବୈଧ ତରିକାରେ କବଜା କରୁଥିବା ଲୋକଙ୍କୁ ଏକ ରାଶି ଜମା କଲେ ଏହି ଜମିର ମାଲିକାନା ଦିଆଯାଉଥିଲା । ଏହି ଆଇନ ବଳରେ କାଶ୍ମୀରର ବଡ ବଡ ଲୋକ ହଜାର କୋଟି ଟଙ୍କାର ଜମି କିଣିଥିଲେ। ମାମଲା କୋର୍ଟକୁ ଯିବାପରେ ବର୍ତ୍ତମାନ ସିବିଆଇ ଯାଞ୍ଚ କରୁଛି।

SR

Related posts

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

mahabharatanews

ସରଦ ପାୱାରଙ୍କୁ ସମନ

mahabharatanews

ମୋନିକା କପିଲ ମୋହତା ସୁଇଜରଲ୍ୟାଣ୍ଡ ପାଇଁ ଭାରତୀୟ ରାଜଦୂତ ନିଯୁକ୍ତ

mahabharatanews