ଓଡିଶା

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ସଜନାଗଡ ନିକଟ ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା କାଲାଡିହା ଗାଁର ଉତ୍ତମ ଦେହୁରି ବୋଲି ଜଣାପଡିଛି । ରବିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏଥିସହ ମୃତଦେହ ନିକଟରେ ପଡିଥିବା ଏକ ବାଇକ ଓ ଆଧାର କାର୍ଡକୁ ପୋଲିସ ଜବତ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ମଧ୍ୟ ଏହି ଜଙ୍ଗଲରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଥିଲା । ତେଣୁ ଆଜି ଏଠାରୁ ଆଉ ଏକ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Related posts

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

mahabharatanews

ସୋମବାର ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews

Leave a Comment