(ପାଟନା): ନୀତିଶ କୁମାରଙ୍କ ଜେଡିୟୁ ଦଳର ଉପସଭାପତି ତଥା ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପବନ ବର୍ମା ଦଳରୁ ବହିଷ୍କାର ହୋଇଛନ୍ତି । ଗତ କିଛି ଦିନ ଧରି ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧକୁ ନେଇ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ଜେଡିୟୁ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ପ୍ରଶାନ୍ତ କିଶୋରଙ୍କୁ ଦିଆଯାଇଥିବା ପଦବୀର ସେ ଅପବ୍ୟବହାର କରୁଥିଲେ । ଯଦିଓ ତାଙ୍କୁ ନିଜ ଇଚ୍ଛାରେ ଦଳ ଛାଡିବାକୁ କୁହାଯାଇଥିଲା, ସେ ତାହା ନ କରି ଦଳର ଅଧ୍ୟକ୍ଷଙ୍କ ବାବଦରେ ଆପତ୍ତିଜନକ ଶଦ୍ଧ ବ୍ୟବହାର କରୁଥିଲେ । ଆଉ କିଛି ଖରାପ ଶଦ୍ଦ ବ୍ୟବହାର କରିବା ଅ।।ଗରୁ ସେ ଦଳରୁ ବାହାରିଯିବା ଠିକ୍ ହେବ ବୋଲି ଏହି ବିବୃତ୍ତିରେ ଦର୍ଶାଯାଇଛି ।
ସେହିପରି ପୱନ ବର୍ମାଙ୍କୁ ଦଳ ଦେଇଥିବା ସମ୍ନାନକୁ ହେୟଜ୍ଞାନ କରୁଥିଲେ । ସେ ଦଳ ମୁଖ୍ୟ ନୀତିଶ କୁମାରଙ୍କୁ ଲେଖିଥିବା ଗୋପନ ଚିଠିକୁ ସର୍ବସାଧାରଣରେ ପ୍ରକାଶ କରି ଦଳକୁ ଅସମ୍ନାନ କରିଥିବା ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ଗତ କିଛିଦିନ ଧରି ବିରୋଧୀଙ୍କ ଶିବିରରେ ପ୍ରଶାନ୍ତ କିଶୋରଙ୍କ ଯାଆସ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାହା କେବଳ ରାଜନୈତିକ କୌଶଳ ମଧ୍ୟରେ ସୀମିତ ନରହି ଦଳରେ ବ୍ୟକ୍ତିଗତ ବ୍ୟକ୍ତିଗତ ମତ ପାର୍ଥକ୍ୟ ଆଡକୁ ଚାଲିଆସିଥିଲା । ଏପରିକି ସେ ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ କଡା ସମାଲୋଚନା କରୁଥିଲେ । ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କୁହାଯାଉଛି ।