Uncategorized

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବିସ୍ଫୋରଣରେ ଉଡାଇବାକୁ ହତ୍ୟା ଧମକ

ବାରାଣସୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଯୋଗୀଙ୍କୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ ମିଳିଛି ଧମକ । ଶୁକ୍ରବାର ସକାଳେ ଏ ନେଇ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି । ଡାଏଲ ୧୧୨ର ସୋସିଆଲ ମିଡିଆ ଡେସ୍କ ହ୍ବାଟ୍ସଆପ୍‌ରେ ଏହି ମେସେଜ ଆସିଛି। ଏହି ମେସେଜରେ ଯୋଗୀ ଆଦିତ୍ୟନାଥଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ବିପଦ ବୋଲି ଦର୍ଶାଯାଇଛି । ତେଣୁ ତାଙ୍କୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏ ନେଇ ଗୋମତି ନଗର ଥାନାରେ ଏକ ଅଭିଯୋଗ ଦାୟର ହୋଇଛି । ଅଭିଯୋଗ ପରେ ପୁଲିସ ସାଇବର ପୁଲିସର ସହାୟତା ନେଇ ତଦନ୍ତ ଆରମ୍ଭ କରିଛି । କିଏ ଏହି ମେସେଜ ଦେଇଛି ଓ କେଉଁଠାରୁ, ତାକୁ ନେଇ ଯାଞ୍ଚ ଚାଲିଛି ।

Related posts

ଚକ୍ ବ୍ୟବହାର କରି ଦୂର କରିପାରିବେ ଦାଗ ଓ ଦୁର୍ଗନ୍ଧ

mahabharatanews

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews

ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ

mahabharatanews