ଓଡିଶା

ଟ୍ରକକୁ ପିଟିଲା ଟ୍ରକ: ଜଣେ ମୃତ, ୧ ଗୁରୁତର

କଣିହା: ଅନୁଗୋଳ ଜିଲ୍ଲା ସମଲ ଥାନା ଅଧୀନ ୧୪୯ନଂ ଜାତୀୟ ରାଜପଥର ବୁରୁକୁନା ପଞ୍ଚାୟତ ବରପାଳ ପୋଲ ନିକଟରେ ୍ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣ।।ରେ ଜଣେ ମୃତ୍ୟୁବାରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପୁରୁଣାକୋଟ ଥାନା ଅଧୀନ ଗୁରୁଡି ଗ୍ରାମର ।

ସୂଚନାଅନୁଯାୟୀ, ଓଡି-୦୫-ଏଏନ-୩୯୧୮ ନମ୍ବର ବିଶିଷ୍ଟ ଏକ ଟ୍ରକ ରାସ୍ତା କଡରେ ଠିଆହୋଇଥିଲା । ସେହି ସମୟରେ କେଉଁଝର ଅଭିମୁଖେ ଓଡି-୩୫-ଡ-୫୩୩୫ ନମ୍ବର ବିଶିଷ୍ଟ ଏକ ଟ୍ରକ ଯାଉଥିବା ବେଳେ ରାସ୍ତ।।କଡରେ ଠିଆହୋଇଥିବା ଟ୍ରକକୁ ପଛରୁ ଧକ୍କ।। ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଭିତରେ ଚାପି ହୋଇ ରହିଥିବା ହେଲପରକୁ ବାହାର କରିବା ବେଳେକୁ ତାର ମୃତ୍ୟୁ ହୋଇଥିଲା । ଡ୍ରାଇଭର ଅଣ୍ଟ।।ରେ ଗୁରୁତର ଆହତ ହୋଥିବା ବେଳେ ତାଙ୍କୁ ଡାକ୍ତରଖ।।ନାରେ ଭର୍ତ୍ତି କରାଯାଇଛି । ସମଲ ପୁଲିସ ଏହି ମାମଲାରେ ୩୪/୨୦୨୦ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ଚାରୁଲତା ବେହେରା ପ୍ରକାଶ କରିଛନ୍ତି । ବେପରୁଆ କୋଇଲା ବେଝେଇ ଟ୍ରକ ଚାଳକ ଦୁର୍ଘଟଣା ଘଟ।।ଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Related posts

ପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜ

mahabharatanews

ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

mahabharatanews

ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମଙ୍କ ପରଲୋକ

mahabharatanews