ଓଡିଶା

ଟ୍ରକ ଧକ୍କାରେ ଜଳିଗଲା ଟ୍ୟାଙ୍କର

(ମହାଭାରତ, ରାୟଗଡା): ରାୟଗଡା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ ଓ ଏସିଡ ବୋଝେଇ ଟ୍ୟାଙ୍କର ଧକ୍କା ହେବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଗତ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ ପାରାକ୍ସାଇଡ ଏସିଡ ନେଇ ଆସୁଥିବା ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ଟ୍ୟାଙ୍କରଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଟ୍ୟାଙ୍କରଟି ଜଳି ଯାଇଥିଲା । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।

Related posts

ପ୍ରଶାସନର କଟକଣାକୁ ଫୁ

mahabharatanews

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ହାଇକୋର୍ଟଙ୍କ ନିର୍ଦେଶ ମୁତାବକ୨୦୧୩ ପଲିସି ଅନୁଯାୟୀ ଲୋକଙ୍କୁ ମିଳିବ କ୍ଷତିପୂରଣ : ସୂଚନା ଦେଲେ ବିସ୍ଥାପନ ମଞ୍ଚ ସଭାପତି

mahabharatanews

Leave a Comment