ଓଡିଶା

ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ବାଇକକୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

ଅନୁଗୋଳ/ ସୁଧାକର ସାହୁ: ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ସକାଳ ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ କରିଥିଲେ। ଦୋକାନକୁ ବାଇକ୍ ଯୋଗେ ଆସିବା ବେଳେ ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ଦୁହିଁଙ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ସେ ରାସ୍ତାରେ ଖସି ପଡ଼ି ଥିଲେ। ମହିଳାଙ୍କ ଉପରେ ଟ୍ରକ୍ ଚଢାଇ ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଘଟଣା ସ୍ଥଳରେ ଉତେଜନାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର୍ ପାଇଁ ଟାଉନ୍ ଥାନା ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ଶୁଝା କରୁଥିବା ଦେଖିବାକୁ ମିଳିଥିଲା।

Related posts

ଆସନ୍ତା ୫ଦିନ ରାଜ୍ୟରେ ବଢିବ ତାତି

mahabharatanews

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews

 ଦ୍ୱିତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତ

mahabharatanews