ଓଡିଶା

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ପୁରୀ: ରାଜ୍ୟରେ ଦିନକୁ ଦିନ କଏଦୀଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁରୀ ବାଙ୍ଗର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିଲେ। ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଶିଶାପୁର ଗ୍ରାମର ବିଶ୍ୱନାଥ ବାରିକ ବିଚାରାଧୀନ କଏଦୀ ଭାବେ ପୁରୀ ବାଙ୍ଗର ଜେଲରେ ରହୁଥିଲେ। ତେବେ ସେ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଶ୍ରୀ ବାରିକ ଗାଧୁଆ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ତେବେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Related posts

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୧୨ଟି ପୃଥକ ସ୍ଥାନରେ ଚଢାଉ

mahabharatanews

ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବେଗୁନିଆରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews