ଓଡିଶା

ଠକକୁ ପୋଲିସର ସାହାଯ୍ୟ ଅଭିଯୋଗ, ଗାଡି ଅଟକ ରଖିଲେ ଗ୍ରାମବାସୀ

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ସିଂଲା ଥାନାର ନାବ୍ରା ଛକ ନିକଟରେ ଜଣେ ଠକକୁ ପୋଲିସ ସାହାଯ୍ୟ କରୁଥିବା ସନ୍ଦେହ କରି ଗାଁ ଲୋକେ ପୋଲିସ ଗାଡି ସହିତ ରାସ୍ତାକୁ ଅବରୋଧ କରିଥିବା ଜଣାଯାଇଛି । ସୂଚନା ଅନୁସାରେ, ନାବରା ଛକ ଠାରେ ବାଲିଆପାଳ ଥାନା ଶ୍ରୀରାମ ପୁର ଗ୍ରାମର ମହେନ୍ଦ୍ର ଦେ ୫ ମାସ ଧରି ଜେରକ୍ସ ଦୋକାନ କରିଥିଲେ । ଦୋକାନ କରିବା ଆଳରେ ସେ କିଛି ଲୋକଙ୍କୁ •କିରୀ, ଭତ୍ତା , ଲେବର କାର୍ଡ ଇତ୍ୟାଦି କରାଇଦେବାକୁ କହି ବହୁ ଟଙ୍କା ଲୁଟି ନେଇଥିଲେ । ଲୋକ ମାନେ ବାରମ୍ବାର ଟଙ୍କା ମାଗିବାରୁ ସେ କିଛି ଦିନ ହେବ ଦୋକାନ ବନ୍ଦ ରଖିଥିଲେ । ତେବେ ହଠାତ ଦିନେ ଦୋକାନ ର ସମସ୍ତ ଜିନଷ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଘରମାଲିକ ସ୍ଥାନୀୟ ଲୋକଙ୍କର ସମସ୍ୟା କୁ ନଜରରେ ରଖି ଏହାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯୁବକ ଜଣକ ଦୁଇ ଦିନ ପରେ ସମାଧାନ କରିଦେବେ କହି ସେଠାରୁ ଚାଲିଯାଇଥିଲେ । ପରେ ସିଂଲା ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଆଜି ସିଂଲା ପୋଲିସ ସହାୟତାରେ ଦୋକାନରେ ଥିବା ସମସ୍ତ ଜିନିଷ ନେବାକୁ ଆସିଥିଲେ । ଏହି ଖବର ଗ୍ରାମବାସୀ ମାନେ ଜାଣିବା ପରେ ଥାନା ଗାଡ଼ିକୁ ଅଟକ ରଖି ପୋଲିସ ଉପରେ ଭୀଷଣ ବର୍ଷିଥିଲେ । ବାଲେଶ୍ୱର ଜିଲ୍ଲା ରେ ଚିଚଫଣ୍ଡ କେଳେଙ୍କାରି ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଅଭିନବ ଉପାୟରେ ଠକେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛ । ତେବେ ଏ ଘଟଣା ବାବଦରେ ସିଂଲା ପୋଲିସ ନିକଟରେ ଦୋକାନୀ ମହେନ୍ଦ୍ର ଦେ ନାମରେ କୌଣସି ଅଭିଯୋଗ ନଥିବା ଜଣାପଡିଛି । ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଂଲା ପୋଲିସ କହିଛି ।

Related posts

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

mahabharatanews

ଆଜି ସିପିଇଟି ପ୍ରବେଶିକା ପରୀକ୍ଷା

mahabharatanews

Leave a Comment