ଓଡିଶା

ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର

ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର। ADGP କମ୍ୟୁନିକେସନ ପଦରୁ ହଟିଲେ ଦୟାଲ ଗଙ୍ଗୱାର। ଗୃହ ବିଭାଗ OSD ଭାବେ ମିଳିଛି ନିଯୁକ୍ତି । ଓଡିଶାର କ୍ୟାଡରର ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାର । ଦୟାଲ ଗଙ୍ଗୱାରଙ୍କ ବଦଳିର କାରଣ କଣ ତାହା ସରକାରୀ ଭାବେ କୁହାଯାଇନାହିଁ ।  ତେବେ ସୌମ୍ୟରଂଜନଙ୍କ ସହ ଲିଙ୍କ ମାମଲାରେ ତାଙ୍କର ବଦଳି ହୋଇଥିବା ଚର୍ଚ୍ଚା ହେଉଛି ।  ଅଡ଼ଶପୁର ମଉଜପୁରର ସୌମ୍ୟରଂଜନ ସ୍ବାଇଁ ଜିଆରପି କନେଷ୍ଟବଳ ଥିଲେ । ପୂର୍ବରୁ ରେଳବାଇ ଏଡିଜି ଥିଲେ ଦୟାଲ ଗଙ୍ଗୱାର । ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା ।

ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ସୌମ୍ୟଙ୍କ ସହ ଦୟାଲ ଗଙ୍ଗୱାରଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ସଂପର୍କ ନେଇ ଚର୍ଚ୍ଚା ଭିତରେ ତାଙ୍କର ବଦଳି ହୋଇଛି ।

Related posts

ମାର୍କେଟିଂ ବିଲଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘ

mahabharatanews

ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନ

mahabharatanews

ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews