ଓଡିଶା

ଦଲାଲ କବଳରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର

(ମହାଭାରତ, ଭଦ୍ରକ): ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଚାଲାଣ ରାଜ୍ୟରେ ପୁଣି ସକ୍ରିୟ ହୋଇଛି । ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ୨୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଭଦ୍ରକ ଜିଲ୍ଲାରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ବିଜୟୱାଡାକୁ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏଠାରୁ ୧୭ ଜଣ ନାବାଳିକା ଏବଂ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ଜିତନାଗା ଗାଁରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ପିଲାମାନେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଜିତାନାଗା ଗାଁର ଏକ ଘରେ ୧୭ ଜଣ ଆଦିବାସୀ ନାବାଳିକା ଓ ୧୦ ଜଣ ନାବାଳକ ଥିବା ପୋଲିସ ଖବର ପାଇଥିଲା । ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇବା ପରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଚଢାଉ କରିଥିଲା । ସେମାନଙ୍କୁ ଉଦ୍ଧାର କରିବା ପରେ ସୁଧାର ଗୃହରେ ରଖାଯାଇଛି । ଏହି ଶିଶୁ ଶ୍ରମିକମାନେ ଥିବା ଘରର ମାଲିକ ତଥା ଦଲାଲକୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ତେବେ ଦଲାଲ ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଠାରେ ଥିବା ଏକ ଘରୋଇ କମ୍ପାନୀରେ ଏହି ଶ୍ରମିକମାନଙ୍କୁ କାମ କରାଇବା ପାଇଁ ପ୍ରସ୍ତୁତି ଚଳାଇଥିଲା ବୋଲି ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଶ୍ରମିକମାନେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଜିଲ୍ଲାର ବୋଲି ଜଣାପଡିଛି ।

Related posts

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

mahabharatanews

ରାଜଧାନୀରୁ ଲଢ଼ିବେ ଶ୍ରୀମୟୀ ମିଶ୍ର

mahabharatanews