ଓଡିଶା

ନକଲି ସୋରିଷ ତେଲ ଜବତ, ବ୍ୟବସାୟୀ ଗିରଫ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଚୋରାରେ ନକଲି ତେଲ ବିକ୍ରୀ ଥମିବାର ନାଁ ନେଉନାହିଁ । ନକଲି ତେଲ ବିକ୍ରୀରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୨ ଲିଟର ନକଲି ସୋରିଷ ତେଲ ଜବତ ହୋଇଛି । ପୋଲିସ ଏନେଇ ପଚରାଉଚରା ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ରାତି ସାଢେ ୧୦ଟା ସମୟରେ ବାରିପଦା ଟାଉନରେ ଥିବା ଗାନ୍ଧି ମାର୍କେଟରେ ନକଲି ସୋରିଷ ତେଲ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ଦୋକାନ ଉପରେ ଚଢାଉ କରିଥିଲା । ଏହି ସମୟରେ ଦୋକାନରୁ ୨ ଲିଟର ନକଲି ସୋରିଷ ତେଲ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related posts

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

mahabharatanews

ଇଭିଏମ୍ ମେସିନ୍ ଅଚଳ 

mahabharatanews

ବାଲିଯାତ୍ରା ପାଇଁ କମ୍ପିଲା କୁମୁଲି

mahabharatanews