ଅପରାଧ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଥାନାରେ ଅଟକ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୧ ତାରିଖ ବୁଧବାର ରାତିରେ ନାବାଳିକା ଜଣକ ପରିସ୍ରା ପାଇଁ ଘରୁ ବାହାରିଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପାଖରେ ଥିବା ଏକ ବିଲରେ ଗଣଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମକାରୀମାନେ ୩ ଜଣ ନାବାଳକ ବୋଲି ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

Related posts

ପୁଣି ଖୋଲିଛି ଆଇନକ୍ସ

mahabharatanews

ହାତୀ ଛୁଆ ହତ୍ୟାର ପର୍ଦ୍ଦାଫାସ୍: ବନ ବିଭାଗ ହାତରେ ଶିକାରୀ

mahabharatanews

ଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀ

mahabharatanews

Leave a Comment