Uncategorized

ନିର୍ଭୟା ମାମଲା: ଜାନୁଆରୀ ୧୪ରେ କ୍ୟୁରେଟିଭ ପିଟିସନର ଶୁଣାଣି

(ନୂଆଦିଲ୍ଲୀ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଆସନ୍ତା ୨୨ରେ ଏମାନଙ୍କୁ ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସମସ୍ତ ୪ ଦୋଷୀଙ୍କୁ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା । ପରେ ଏହି ମାମଲାର ୨ ଦୋଷୀ ବିନୟ ଶର୍ମା ଓ ମୁକେଶ କ୍ଷମା ଆବେଦନ ସ୍ୱରୂପ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଏର କରିଥିଲେ । ତେବେ ଏହି ପିଟିସନର ଶୁଣାଣି ଜାନୁଆରୀ ୧୪ ତାରିଖରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ବୋଲି ସୂଚନା ମିଳିଛି । ଜଷ୍ଟିସ ଏନଭି ରମନ୍ନା, ଅରୁଣ ମିଶ୍ର, ଆରଏଫ ନରିମାନ, ଆର ଭାନୁମତୀ ଓ ଅଶୋକ ଭୂଷଣ ଆଦି ବିଚାରପତି ଏହି ଖଣ୍ଡପୀଠରେ ରହିଛନ୍ତି । ସୂଚନାଯୋଗ୍ୟ, କ୍ୟୁରେଟିଭ ପିଟିସନ ସେତେବେଳେ ଦାଏର କରାଯାଇଥାଏ ଯେତେବେଳେ କୌଣସି ଦୋଷୀର ରାଷ୍ଟ୍ରପତିଙ୍କୁ ଯାଇଥିବା ଯାଚିକା ଓ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ହୋଇଥିବା ଆବେଦନ ଖାରଜ କରାଯାଇଥାଏ । ଏଭଳି ପରିସ୍ଥିତିରେ କୋର୍ଟ ନିର୍ଦ୍ଧାରିତ କରିଥିବା ଦଣ୍ଡରେ କୋହଳତା ଚାହୁଥିବାଁ ଦୋଷୀ ପାଇଁ କ୍ୟୁରେଟିଭ ପିଟିସନ ଶେଷ ସୁଯୋଗ ।

Related posts

କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଟୀକା ବଣ୍ଟନ ହେବ: ହର୍ଷ ବର୍ଦ୍ଧନ

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

Leave a Comment