ଓଡିଶା

ନିୟମଗିରିରେ ମାଓ ବିରୋଧୀ ପୋଷ୍ଟର

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ନିୟମଗିରି ଠାରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପାରସାଲିର ଦୁଇଟି ସ୍ଥାନରେ ୫ଟି ପୋଷ୍ଟର ଲାଗିଥିବା ଦେଖାଯାଇଛି । ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ତରଫରୁ ଏହି ପୋଷ୍ଟର ଲଗାଯାଇଛି । ନିୟମଗିରି ବିକାଶରେ ମାଓବାଦୀମାନେ ବାଧକ ସାଜୁଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓବାଦୀମାନେ ଏଠାରେ ରାସ୍ତା ନିର୍ମାଣକୁ ବିରୋଧ କରୁଥିବାରୁ ଏହି ପୋଷ୍ଟର ଲଗାଯାଇଛି । ନିୟମଗିରି ପାହାଡରେ କେବେ ରାସ୍ତାଘାଟ ନିର୍ମାଣ ହେବ, ନିୟମଗିରି ସୁରକ୍ଷା ମଞ୍ଚ ନାମରେ ଡଙ୍ଗରିଆ ଯୁବକଙ୍କୁ କେତେ ଦିନ ଅତ୍ୟାଚାର କରାଯିବ, ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କ ଠାରୁ ଟଙ୍କା ନେବା କେବେ ବନ୍ଦ ହେବ ଆଦି ୭ଟି ପ୍ରଶ୍ନ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ନିୟମଗିରି ରାସ୍ତା ନିର୍ମାଣରେ ନିୟୋଜିତ ମେସିନକୁ ପୋଡା ଯାଇଥିବା ବିରୋଧ କରି ମାଓନେତାଙ୍କ ଉଦ୍ଦେଶ୍ୟରେ ଚିଠିରେ ଉଲ୍ଲେଖ କରାଯାଇଛି ।

Related posts

ସ୍ତ୍ରୀ ତୋର ସେକ୍ସ ମୋର

mahabharatanews

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

mahabharatanews

୧୫ରେ ବାହାରିବ ଯୁକ୍ତ ୨ ଫଳ , ୧୯ମାର୍କ ମିଳିବ ଗ୍ରେସ୍ ମାର୍କ

mahabharatanews